ବଦାନ୍ୟ ବିଦେଶିନୀ ମହିଳାଙ୍କ ବିୟୋଗରେ ଶୋକ

ଯାଜପୁର, (ଓ୍ବାଇଏନ୍ଏସ୍):ଦାନଗଦି ବ୍ଲକ୍ ନଡ଼ିଆଭଙ୍ଗା ପଞ୍ଚାୟତ ର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ଆଲୋକ ବର୍ତ୍ତିକା ଜଳାଇବାରେ ସହାୟକ ହୋଇଥିବା ଜର୍ମାନୀ ନାଗରିକ ତଥା ଗେରଲିନ୍ଡେ ଡୋମ୍ରସକି ଗତ ୨୩ ତାରିଖରେ କର୍କଟ ରୋଗରେ ପୀଡିତ ହୋଇ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି l ତାଙ୍କ ବିୟୋଗରେ ମଡ଼େଲ ସ୍କୁଲ ପରିବାର ରେ ଶୋକର ଛାୟା ଖେଳିଯାଇଛି lଦିଦି ଭାବେ ଏଠାରେ ପରିଚିତ ଗେରଲିନ୍ଡେ ଡୋମ୍ରସକି ଗତ ୨୫ବର୍ଷ ତଳୁ ନଡ଼ିଆଭଙ୍ଗା ଠାରେ ତାଙ୍କ ସ୍ଵପ୍ନ ପ୍ରକଳ୍ପ ମଡେଲ ସ୍କୁଲ ପ୍ରୋଜେକ୍ଟ ଆରମ୍ଭ କରିଥିଲେ l ମାଗଣା ରେ ଆଦିବାସୀ ପିଲା ମାନଙ୍କୁ ଶିକ୍ଷା ଦେବା ପାଇଁ ସ୍ଥାପିତ ଏହି ବିଦ୍ୟାଳୟ ପାଇଁ ଗେରଲିନ୍ଡେ ଡୋମ୍ରସକି ତାଙ୍କର ଜୀବନ କାଳ ର ସମସ୍ତ ଆୟ ସ୍କୁଲ ପାଇଁ ପ୍ରଦାନ କରିବା ସହ ଶେଷ ସମୟ ପର୍ଯ୍ୟନ୍ତ ବିଦ୍ୟାଳୟ ଉନ୍ନତି ରେ ସାମିଲ ରହିଥିଲେ l ବୃତ୍ତି ରେ ପ୍ରଧାନ ଶିକ୍ଷୟିତ୍ରୀ ଥିବା ଦିଦି ଙ୍କର କୌଣସି ସନ୍ତାନ ନ ଥିଲେ l ଜର୍ମାନୀ ରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଓଡ଼ିଶାର ଜଣେ ଜନସେବି ସ୍ଵର୍ଗତଃ ଗୋଲାପ ପ୍ରଧାନଙ୍କୁ କିଛି ଦାତବ୍ୟ ଅନୁଷ୍ଠାନ କରିବା ପାଇଁ ତାଙ୍କର ଇଚ୍ଛା ରହିଥିବା ସେ ପ୍ରକାଶ କରିବା ପରେ ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ସ୍ଥାପିତ ହୋଇଥିଲା ମଡେଲ ସ୍କୁଲ ପ୍ରୋଜେକ୍ଟ lପ୍ରକାଶ ଥାଉକି ମହୀୟସୀ ମହିଳା ଗେରଲିନ୍ଡେ ଡୋମ୍ରସକି ଅବହେଳିତ ବର୍ଗଙ୍କ ଶିକ୍ଷାର ବିକାଶ ପାଇଁ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଗରିବ ତଥା ଅସହାୟ ବାଳକ ବାଳିକାମାନଙ୍କ ପାଇଁ ମୋଟ ୫ ଟି ଶିକ୍ଷା ଅନୁଷ୍ଠାନ ଚଳାଇବାରେ ସହଯୋଗ କରୁଥିଲେ। ଯାଜପୁର ଜିଲ୍ଲାର ଧବଳଗିରି ଠାରେ ଥିବା ମଡେଲ୍ ସ୍କୁଲ୍, ନଡିଆଭଙ୍ଗା ଠାରେ ଥିବା ଫିଡର ମଡେଲ୍ ସ୍କୁଲ୍, ଢିଙ୍କିଶାଳ, ବାରବାଙ୍କି ପରି ଦୁର୍ଗମ ଅଞ୍ଚଳରେ ନର୍ସରୀ ସ୍କୁଲ ସବୁ ଖୋଲି ଅବହେଳିତ ଶିଶୁଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା କ୍ଷେତ୍ରରେ ଉଦ୍ୟମ କରିଥିଲେ l ଅବହେଳିତ ଲୋକଙ୍କ ପାଇଁ ତାଙ୍କର ଏହି ଉଦ୍ୟମ ସବୁ ବର୍ଗରେ ପ୍ରଶସଂନୀୟ ରହିଥିଲା l ତାଙ୍କର ମହାନ ତ୍ୟାଗ ତଥା ମାନବିକତା ପାଇଁ ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳର ଲକ୍ଷାଧିକ ଛାତ୍ରଛାତ୍ରୀ ସୁଶିକ୍ଷିତ ହୋଇ ପାରିଛନ୍ତି lମଡେଲ୍ ସ୍କୁଲ୍ ସଂଗଠନ ତରଫରୁ ଏକ ଶୋକସଭା ର ଆୟୋଜନ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ଶରତ ଚନ୍ଦ୍ର ପ୍ରଧାନ ଙ୍କ ଉପସ୍ଥିତି ରେ ଅନୁଷ୍ଠାନର ସମସ୍ତ କର୍ମଚାରି ଓ ପରିଚାଳନା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ମହାନ ଆତ୍ମା ର ସଦଗତି କାମନା କରିଥିଲେ। ତାଙ୍କର ଅକାଳ ବିୟୋଗରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ