ବଡସାହିରେ ସ୍ଥାୟୀ ଵସଷ୍ଟାଣ୍ଡ ନେଇ ବିକାଶ ମଂଚ ତରଫରୁ ତହସିଲଦାରଙ୍କୁ ଦାବିପତ୍ର

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ବ୍ଳକ ସଦର ମହକୁମାରେ ବସଷ୍ଟାଣ୍ଡ ପାଇଁ ନିଷ୍ପତ୍ତି ନିଆଯାଇଛି ।ମୟୂରଭଂଜ ଜିଲ୍ଲାର ସର୍ବବୃହତ୍ତମ ବଡ ବ୍ଲକ ବଡସାହି ବ୍ଲକରେ ସ୍ଥାୟୀ ବସଷ୍ଟାଣ୍ଡ ପାଇଁ ସ୍ଥାନ ଚିହ୍ନଟ ହୋଇନାହିଁ ।ଏଥିପାଇଁ ଅଅଣ୍ଟା ଭିଢିଛି ବିକାଶ ମଂଚ ।ବିକାଶ ମଂଚ ତରଫରୁ ସ୍ଥାନୀୟ ତହସିଲଦାର ମମତା ମହାରଣାଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ଏବଂ ତହସିଲଦାର ମାଡାମ ମଧ୍ୟ ଏଥିପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ଏହି କାର୍ଯ୍ୟକ୍ରମ ସଂଯୋଜକ ଅରୁଣ ଓତା,ଶଶାଙ୍କ ଶେଖର କଳ,ଗୁଣନିଧି ମହାନ୍ତି, ତପନ ପତି,ଦୀପକ ଭୁଗୁଳି,ନିହାର ରଂଜନ ମହାପାତ୍ର, ମୁରଲୀଧର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ