ଉନ୍ନୟନମୂଳକ, ସାଙ୍ଗଠନିକ ସ୍ଥିତ ସମୀକ୍ଷା କଲେ ରାଜ୍ୟ ବିଜେଡି ସମ୍ପାଦକ

ବନ୍ତ, (ଚାନ୍ଦିନୀ ମହାନ୍ତି) : ରାଜ୍ୟ ବିଜେଡି ସମ୍ପାଦକ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ ବନ୍ତ ବ୍ଲକର ଅଣିଜୋ ଓ ଚାରିଗାଁ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ଓ ସାଙ୍ଗଠନିକ ସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ଆୟୋଜିତ ସମୀକ୍ଷା ବୈଠକରେ ବ୍ଲକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ, ଯୁବନେତା ବିପିନ ନାୟକ ଉପସ୍ଥିତ ଥିଲେ । ଅଣିଜୋ ପଞ୍ଚାୟତର ସମୀକ୍ଷା ବେଳେ ପୂର୍ବତନ ସରପଞ୍ଚ ଲିଙ୍ଗରାଜ ତ୍ରିପାଠୀ, ପଞ୍ଚାୟତ ବିଜେଡି ସଭାପତି ପରମେଶ୍ୱର ରାଉତ, କରୁଣାକର ଦାସ, ସନ୍ତୋଷ ବାରିକ, ଶ୍ରୀଧର ସାହୁ, କାଶିନାଥ ସେଠୀ, ସୁରେନ୍ଦ୍ର ପଣ୍ଡା, ନୃସିଂହ ପଣ୍ଡା, ବୃନ୍ଦାବନ ଦାସ, ତାପସ ଜେନା, ଜଗବନ୍ଧୁ ପୃଷ୍ଟି ଉପସ୍ଥିତ ଥିଲେ । ସେହିପରି ଚାରିଗାଁ ପଞ୍ଚାୟତରର ସମୀକ୍ଷା ବେଳେ ସରପଞ୍ଚ ବନମାଳୀ ବେହେରା, ପଞ୍ଚାୟତ ବିଜେଡି ସଭାପତି ପର୍ଶୁରାମ ପାଣିଗ୍ରାହୀ, ନିଳାଦ୍ରୀ ପୃଷ୍ଟି, ତପନ କର, ଫକନ କର, ଧରଣୀ ପୃଷ୍ଟି, ରଞ୍ଜନ ସାହୁ, ପ୍ରଶାନ୍ତ ସାହୁ, ଚନ୍ଦ୍ରକାନ୍ତ ବେହେରା, ଅନିରୁଦ୍ଧ ସାହୁ, ଜଗନ୍ନାଥ ମହାନ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ