ଋଣ ପରିଶୋଧ କରି ନପାରିବାରୁ ଗୋଦାମ ଗୃହକୁ ସିଲ୍ କଲା ପ୍ରଶାସନ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ନିଳୋକ ଠାରେ ଥିବା ଏନ୍ ଏଣ୍ଡ ବି ଫୁଡ୍ସର ଗୋଦାମ ଗୃହକୁ ପ୍ରଶାସନ ସିଲ୍ କରିଛି । ପ୍ରକାଶ ଯେ, ମହମ୍ମଦ ସେହନାବାଜ୍ ଆଲାମ ଭଦ୍ରକ ଚରମ୍ପାସ୍ଥିତ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରୁ ଗତ ୨୦୧୩ ମସିହାରେ ୪୪ ଲକ୍ଷ ଟଙ୍କାର ଋଣ ଆଣି ନିଳୋକ ଠାରେ ରାଇସ୍ ମିଲ୍ ଚଳାଉଥିଲେ । ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ସେ ଏହି ଋଣକୁ ପରିଶୋଧ କରି ନଥିଲେ । ଫଳରେ ବ୍ୟାଙ୍କ ପକ୍ଷରୁ ତାଙ୍କୁ ଡିମାଣ୍ଡ ନୋଟିସ୍ କରାଯାଇଥିଲା । ଉକ୍ତ ଋଣକୁ ଖିଲାପ କରିବାରୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପୋଲିସ ଓ ଏକ ପ୍ଲାଟୁନ୍ ଫୋର୍ସ ସହାୟତାରେ ଉକ୍ତ ଗୋଦାମ ଗୃହକୁ ସିଲ୍ କରାଯାଇଛି । ସିଲ୍ ସମୟରେ ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ, ଆଗରପଡା ଥାନାଧିକାରିଣୀ ସୁକାନ୍ତୀ କେରେଇ, ଆସିଷ୍ଟାଣ୍ଟ ରିକଭରି ମ୍ୟାନେଜର ସଞ୍ଚୟ ମିଶ୍ର, ସିଆଇଡି ମୁଖ୍ୟ ପରିଚାଳକ କେଶବ ଚନ୍ଦ୍ର ପଣ୍ଡା, ବ୍ୟାଙ୍କ ମୁଖ୍ୟ ପରିଚାଳକ ପ୍ରିତମ୍ ସିଂ ସାଲୁଜା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ