ଜଗନ୍ନାଥ ବଣିକ ସଂଘ ପକ୍ଷରୁ ଗଜଲକ୍ଷ୍ମୀ ପୂଜା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମାଳଦା ସ୍ଥିତ ଜଗନ୍ନାଥ ବଜାର ବଣିକ ସଂଘ ପକ୍ଷରୁ ପ୍ରତ୍ୟେକ ବର୍ଷ ମା ଲକ୍ଷ୍ମୀ ଙ୍କ ପୂଜା ଉତ୍ସବ ଧୁମଧାମରେ ପାଳିତ ହୋଇଥାଏ । ଏଥର କିନ୍ତୁ କୋରନା ମହାମାରୀ ଯୋଗୁଁ କୋଭିଡ ଆଇନ ଅନୁଯାୟୀ ପୂଜା ନିରାଡମ୍ବର ଭାବେ ପାଳିତ ହେଉଛି। ପୂଜକ ନନ୍ଦକିଶୋର ତ୍ରିପାଠୀ ଙ୍କ ଵୈଦିକ ମନ୍ତ୍ର ଉଚ୍ଚାରଣ ରେ ମା ଲକ୍ଷ୍ମୀ ଙ୍କ ଆବାହନ ପୂଜା ଉତ୍ସବ ଆରମ୍ଭ ହୋଇଛି । ପ୍ରଥମେ ମା ଙ୍କ ପ୍ରାଣ ପ୍ରତିଷ୍ଠା ପରେ ଉପଚାର ପୂଜା, ଯଥା ସଂଖ୍ୟକ ହୋମ ଓ ସହସ୍ର ନାମ ଅନୁଷ୍ଠିତ ହୋଇଛି । ସଂକଳ୍ପ କର୍ତା ଭାବେ ଅନୀଲ ଶତପଥୀ ଓ ସୁଦେଶ୍ନା ଶତପଥୀ ଘଟ ସ୍ଥାପନା କରିଥିବାବେଳେ ସହଯୋଗୀ ପୂଜକ କାଳନ୍ଦୀ ଦାସ ଓ ରବିନ୍ଦ୍ର କର ପୂଜା କାର୍ଯ୍ୟ ନିର୍ବାହ କରିଥିଲେ । ଉତ୍ସବ କୁ ବଣିକ ସଂଘ ସଭାପତି କମଳାକାନ୍ତ ସାମଲ ଙ୍କ ସମେତ ଦେଵାଶିଷ ପଣ୍ଡା, ଚନ୍ଦ୍ରଶେଖର ଦତ, ଶ୍ୟାମସୁନ୍ଦର ଦାସ, ରାଜେନ୍ଦ୍ର ଶତପଥି, ଦୁର୍ଯ୍ୟୋଧନ ଦାସ, ଅଦୈତ ପରିଡା, ଗଣେଶ ସାମଲ, କୁନା ସାହୁ, ଧିରେନ୍ଦ୍ର ନାୟକ, ଗଣେଶ କୁଅଁର, ନିଶିକାନ୍ତ ସୂତାର, କାଶିନାଥ ପରିଡା ପ୍ରମୁଖ ପରିଚାଳନା କରିଥିଲେ ।


