ପୁରୀ ଜିଲ୍ଲା ସମ୍ମିଳିତ କର୍ମଜୀବି ସାମ୍ବାଦିକ ସଂଘ ର ପ୍ରତିଷ୍ଠା ଦିବସ ପାଳିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଆଜି ପୂର୍ବାହ୍ନ ରେ କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷ ରେ ପୁରୀ ଜିଲ୍ଲା ସମ୍ମିଳିତ କର୍ମଜୀବି ସାମ୍ବାଦିକ ସଂଘ (ସହବନ୍ଧୀତ ସର୍ବଭାରତୀୟ ସମ୍ମିଳିତ କର୍ମଜୀବି ସାମ୍ବାଦିକ ସଂଘ) ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱଜିତ ଘୋଷ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଜାତୀୟ ସଭାପତି ପୀତବାସ ମିଶ୍ର, ରାଜ୍ୟ ସଭାପତି ଭାଗବତ ସେଠି, ରାଜ୍ୟ ସମ୍ପାଦକ ଅର୍ଜୁନ ମୁଦୁଲି, ଆଇନଜିବୀ ରମା ପାତ୍ର, ଜଳସେଚନ ଅଧିକାରୀ ରତ୍ନାକର ଦଳ, ପୁରୀ ଜିଲ୍ଲା ସଭାପତି ପ୍ରସନ୍ନ ଦାସ, ସମ୍ପାଦକ ଜୟକୃଷ୍ଣ ଦାସ, ଶିବ ପ୍ରସାଦ ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗ ଦେବା ସହ ସମାଜ ସଂସ୍କାର ରେ ଗଣମାଧ୍ୟମ ର ଭୂମିକା ଉପରେ ଆଲୋକପାତ କରାଯାଇଥିଲା l ସାମ୍ବାଦିକ ମାନଙ୍କର ବିଭିନ୍ନ ଦାବି, ମୌଳିକ ଅଧିକାର, ସୁରକ୍ଷା ପ୍ରତି ଦୃଷ୍ଟି ଦେବା ପାଇଁ ଆଲୋଚନା ମାଧ୍ୟମରେ ସରକାର ଙ୍କ ନିକଟରେ ବାରମ୍ବାର ଦାବି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି l ଏତତ ବ୍ୟତୀତ ଚଳିତ ବର୍ଷ ସଙ୍ଘ ର ସଭ୍ୟ ସଂଖ୍ୟା ଏକ ହଜାର ରୁ ଉର୍ଦ୍ଧ ସଭ୍ୟ ସଂଘ ରେ ସାମିଲ ହୋଇପାରନ୍ତି ବୋଲି ଜାତୀୟ ସଭାପତି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି l ରାଜ୍ୟ ସମ୍ପାଦକ ଶ୍ରୀ ଅର୍ଜୁନ ମୁଦୁଲି ସାମ୍ବାଦିକ ମାନେ ଅନେକ ସମସ୍ୟା ଦେଇ ଗତି କରିବା ସତ୍ତ୍ୱେ ସମାଜ ର କର୍ଣଧାର ବୋଲି ପ୍ରକାଶ କରିବା ସହ ଅନ୍ୟ ଅତିଥି ମାନଙ୍କ ପରି ଅତି ମୂଲ୍ୟବାନ ନିଦର୍ଶନ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ପ୍ରାୟ ଦୁଇ ଶହ ରୁ ଉର୍ଦ୍ଧ ସାମ୍ବାଦିକ ଅଂଶ ଗ୍ରହଣ କରିବା ସହିତ ନୂତନ ସଭ୍ୟମାନେ ସଂଘ ର ସଦସ୍ୟତା ଗ୍ରହଣ କରିଥିଲେ l ସମାଜ ପ୍ରତି ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିତ୍ୱ ତଥା ନିସ୍ଵାର୍ଥ ପରିବାର ଗୋପ, ସମାଜସେବୀ କସ୍ତୁରିବାଳା ସ୍ୱାଇଁ, ଶିକ୍ଷାବିତ, କବି ପୂନେଶ କୁମାର ସେନାପତି, ନାଟ୍ୟକାର ନିରଞ୍ଜନ ସ୍ୱାଇଁ, ଉପାଧ୍ୟାକ୍ଷ ବନ ରଞ୍ଜନ ପଟ୍ଟନାୟକ ପ୍ରମୁଖ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯିବା ସହ ସଂଘ ର ସମସ୍ତ ସଭ୍ୟ ଙ୍କୁ ମଧ୍ୟ ମାନପତ୍ର ପ୍ରଦାନ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ମହାନ୍ତି, ଉପସଭାପତି ସନ୍ତୋଷ ଗୋଛାୟତ, ସଚ୍ଚିଦାନନ୍ଦ ଗୋଛାୟତ, ଯୁଗ୍ମ ସମ୍ପାଦକ ମାନସ ସାମଲ, ସୌମ୍ୟ ରଞ୍ଜନ ମହାରଣା ଓ ସଂଘ ର ସମସ୍ତ ସଭ୍ୟ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ