ଏମକେସିଜି ମେଡିକାଲ କର୍ମଚାରୀ ସଂଘ ନୂତନ କର୍ମକର୍ତ୍ତା ନିର୍ବାଚନ

ବ୍ରହ୍ମପୁର, ( ଅନିଲ କୁମାର) : ଓଡ଼ିଶା ମେଡିକାଲ କର୍ମଚାରୀ ଶାଖା ଏମକେସିଜି ମେଡିକାଲ କର୍ମଚାରୀ ସଂଘର ଏକ ବୈଠକ ରବିବାର ସ୍ଥାନୀୟ ନବୀନ ଭବନ ପରିସରରେ ହିନ୍ଦ ମଜଦୁର ସଭା (ଏଚଏମଏସ)ର ଉପସଭାପତି ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଓଡ଼ିଶା ମେଡିକାଲ କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ପ୍ରଭାକର ପଲାଇ, ସାଧାରଣ ସମ୍ପାଦକ ଗଗନ ଚନ୍ଦ୍ର ରାଉତ, ଉପସଭାପତି ସାକିର ଖାନ, ସଂଯୋଜକ ନରେନ୍ଦ୍ର ଟୋପାକ, ଶିବ ପ୍ରସାଦ ମହାନ୍ତି, ଡ଼େପୁଟି ସେକ୍ରେଟାରୀ କୈଳାସ ଚନ୍ଦ୍ର ଜେନା, ସାଙ୍ଗଠନିକ ସମ୍ପାଦକ ବିଜୟ କୁମାର ନାୟକ ଓ କାର୍ଯ୍ୟକାରୀ ସଭ୍ୟ ରୂପେ ପ୍ରଦୀପ କୁମାର ସାହୁ, ଆର୍ତ୍ତତ୍ରାଣ ବାରିକ, ପ୍ରସନ୍ନ କୁମାର ବାରିକ ଏବଂ ଶାଖା ସଂଘର ସମସ୍ତ କର୍ମଚାରୀବୃନ୍ଦ ଏହି ବୈଠକରେ ଯୋଗଦେଇ ଏମକେସିଜି ଶାଖା ସଂଘକୁ ଭଗ୍ନ କରାଯାଇ ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଥିଲା । ସଭାପତି ଭାବେ ଅଜିତ କୁମାର ପାତ୍ର ଓ ସମ୍ପାଦକ ଭାଗ୍ୟଚନ୍ଦ୍ର ବେହେରା, ଯୁଗ୍ମ ସମ୍ପାଦକ ସୁଦର୍ଶନ ପାତ୍ରଙ୍କୁ ମନୋନୀତ କରାଯାଇଥିଲା । କାର୍ଯ୍ୟକାରୀ କମିଟି ଓ ଅନ୍ୟ କର୍ମକର୍ତ୍ତାମାନଙ୍କୁ ଉକ୍ତ କର୍ମକର୍ତ୍ତାମାନେ ମନୋନୀତ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ