ଏଲ୍‌ଆଇସିର ଅନ୍‌ଲାଇନ୍‌ ଡିପୋଜିଟ୍ କଲେକ୍ସନ ସେବା

ଭୁବନେଶ୍ବର: ଏଲଆଇସି ଏହାର ଆତ୍ମ ନିର୍ଭର ଏଜେଣ୍ଟ ନୂଆ ବ୍ୟବସାୟ ଡିଜିଟାଲ ଆପ୍ଲିକେସନରେ ଭଲ ରେସପନ୍ସ ପାଇବା ପରେ ଆନନ୍ଦାରେ ଅନଲାଇନ ପ୍ରପୋଜାଲ୍‌ ଡିପୋଜିଟ୍ କଲେକ୍ସନ ନାମରେ ଆଉ ଏକ ସେବା ଆରମ୍ଭ କରିଛି। ଏଥିରେ ଗ୍ରାହକମାନେ ସେମାନଙ୍କ ଅନଲାଇନ ପ୍ରପ୍ରୋଜାଲ ଜମାରାଶିକୁ କ୍ରେଡିଟ୍ କାର୍ଡ, ବେଡିଟ୍ କାର୍ଡ, ନେଟ୍ ବ୍ୟାଙ୍କିଂ, ୱାଲେଟ, ୟୁପିଆଇ ମାଧ୍ୟମରେ ଦେଇପାରିବେ। ଏଲଆଇସିର ଅଧ୍ୟକ୍ଷ ଏମ୍‌ ଆର୍‌ କୁମାର ଏହି ନୂଆ ସେବାକୁ ଉଦ୍‌ଘାଟନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏମ୍‌ଡି ଟି ସି ସୁଶୀଲ କୁମାର, ବିପିନ ଆନନ୍ଦ, ମୁକେଶ ଗୁପ୍ତା ଓ ରାଜ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ଜୋନାଲ ମ୍ୟାନେଜର ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମାନେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ