ନୂଆ ଟ୍ରେଣ୍ଡ୍‌: ପତଳା ଗହଣା ଓ ବ୍ରାଣ୍ଡେଡ୍ ଘଣ୍ଟା, ପାଶ୍ଚାତ୍ୟ ଦେଶ ଓ ବଲିଉଡ୍‌ର ପ୍ରଭାବ

ଭୁବନେଶ୍ବର: ପୋଷାକ ହେଉ କିମ୍ବା ଗହଣା ପିନ୍ଧିବା-ଆଧୁନିକ ଯୁବବର୍ଗଙ୍କ ସ୍ବାଦରେ ଏବେ ବ୍ୟାପକ ପରିବର୍ତ୍ତନ ଆସିଥିବା ପରିଲକ୍ଷିତ ହେଉଛି। ଅଧିକାଂଶ ମହିଳା ଶାଢ଼ି ପରିବର୍ତ୍ତେ ଡ୍ରେସ ପିନ୍ଧିବାକୁ ଆଗ୍ରହ ଦେଉଛନ୍ତି। ସେହିଭଳି ପୁଅମାନେ ଫର୍ମାଲ ସାର୍ଟ ପରିବର୍ତ୍ତେ ଟି-ସାର୍ଟ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ଉଭୟ ଯୁବକ ଏବଂ ଯୁବତୀଙ୍କଠାରେ ଏହି ପରିବର୍ତ୍ତନ ସମାଜରେ ଏକ ନୂଆ ଟ୍ରେଣ୍ଡ୍ ସୃଷ୍ଟି କରିଛି। ରାସ୍ତାଘାଟରେ ଆଉ ପୁଳାପୁଳା ଗହଣା ପିନ୍ଧି ବୁଲୁଥିବା ମହିଳା କିମ୍ବା ଓଜନିଆ ଓ ମୋଟା ଚେନ୍ ପକାଉଥିବା ଯୁବକଙ୍କୁ ସେତେଟା ଦେଖିବାକୁ ମିଳୁନାହିଁ। ବେକରେ ଚେନ୍‌, ନାକରେ ନାକଫୁଲ, କାନ‌ରେ କାନରିଙ୍ଗ୍, ହାତରେ କାଚ ଆଦି ଏକାଧିକ ଗହଣା ପିନ୍ଧିବା ଆଜିର ଉଚ୍ଚଶିକ୍ଷିତ ଓ କର୍ମଜୀବୀ ଯୁବତୀ ଓ ମହିଳାଙ୍କ ପାଇଁ ସେତେଟା ଆରାମଦାୟକ ହେଉନାହିଁ। ଅଧିକାଂଶ ଯୁବତୀ ହାତରେ କୌଣସି ନାମୀଦାମୀ କମ୍ପାନି ବା ବ୍ରାଣ୍ଡ୍‌ର ଘଣ୍ଟା ଓ ଅନ୍ୟ ହାତରେ ପଟେ କାଚ କିମ୍ବା ବ୍ରେସଲେଟ୍, ଗୋଡ଼ରେ ପତଳା ପାଉଁଜି କିମ୍ବା ଆଙ୍କଲେଟ୍ ପିନ୍ଧି ସେମାନଙ୍କର ଏକ ନିଜସ୍ବ ଛାପ ସୃଷ୍ଟି କରୁଛନ୍ତି। ହାଲୁକା ଓ କମ ଗହଣା ଏବଂ ବ୍ରାଣ୍ଡେଡ୍‌ ଘଣ୍ଟା ଏବେ ପାଲଟିଛି ଆମ ସମାଜର ଆଧୁନିକ ମହିଳାଙ୍କ ପାଇଁ ବେଶ ହେବାର ନୂଆ ପରିଭାଷା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ