ଓକିଲ ସଂଘ କାର୍ଯ୍ୟାଳୟରୁ ଟିଭି ଓ ପାଣି ପମ୍ପ ଚୋରି ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ପୁରୁଣା ଅଦାଲତ ପରିସରରେ ଥିବା ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ ଲାଗିଥିବା ଟିଭି ଓ ପାଣି ପମ୍ପକୁ କେହି ଦୁର୍ବୁତ୍ତ ଚୋରି କରି ନେଇଥିବା ସଂପର୍କରେ ସଂଘର ସମ୍ପାଦକ ଜୀତେନ୍ଦ୍ର ରାଉତ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ କୈାଣସି ଦୁର୍ବୁତ୍ତ ଜିଲ୍ଲା ଓକିଲ ସଙ୍ଘ କାର୍ଯ୍ୟାଳୟର ଗ୍ରିଲ ତାଲା ଭାଙ୍ଗି ସଂଘ ସମ୍ମିଳନୀ କକ୍ଷରେ ଲାଗିଥିବା ଏକ ରଙ୍ଗୀନ ଏଲଇଡି ଟିଭି ଓ ପାଣି ପମ୍ପକୁ ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇ ଟାଉନ ଥାନା ଅଧିକାରୀ ଗୈାରାଙ୍ଗ ଚରଣ ପୃଷ୍ଟି ଓ ଜମାଦାର ନରେନ୍ଦ୍ର ନାଥ ସୋରେନ ପ୍ରମୁଖ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଥିବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ