ଦଳିତ ପରିବାରକୁ ନିର୍ଯ୍ୟାତନା ଘଟଣାରେ ପୋଲିସର ନିଷ୍କ୍ରୀୟତା ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ତିଖିରୀ ଗ୍ରାମରେ ଖାପ୍ ପଂଚାୟତ କରାଯାଇ ଏକ ଦଳିତ ପରିବାରକୁ ନିର୍ଯ୍ୟାତନା ଘଟଣା ରେ ପୋଲିସର ନିଷ୍କ୍ରୀୟତା ନେଇ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ତିଖିରୀ ଗ୍ରାମର ରେଖା ମଳିକକୁ ନିର୍ଯ୍ୟାତନା ଦିଆଯିବା ସହ ତାଙ୍କ ସ୍ୱାମୀ ଗୁରୁଚରଣ ମଳିକଙ୍କୁ ରାସ୍ତା ମଝିରେ ଛେପ ପକାଇ ନାକ ଘସିବାକୁ ବାଧ୍ୟ କରାଯାଇଥିଲା । ଏହି ଘଟଣାକୁ ନେଇ ମାର୍ଶାଘାଇ ଥାନାରେ ଗତ ଅପ୍ରେଲ ମାସ୧୮ ତାରିଖରେ ଅଭିଯୋଗ ପରେ ପୋଲିସ ୧୧୬/୨୨ରେ ଅଭିଯୁକ୍ତ ତିଖିରୀ ପଞ୍ଚାୟତର ସରପଞ୍ଚଙ୍କ ସମେତ ୪ଜଣଙ୍କ ନାମରେ ନାମକୁ ମାତ୍ର ଏକ ମାମଲା ରୁଜୁକରି ଚୁପ ହୋଇ ବସି ଯାଇଥିବା ଅଭିଯୋଗ ହୋଇଛି । ଫଳରେ ଅଭିଯୁକ୍ତମାନେ ପିଡିତ ପରିବାରକୁ ଧମକ ଚମକ ଦେଉଥିବାରୁ ଏନେଇ ଅନୁସୁଚିତ ଜାତି ଜନଜାତି ଓ ସଂଖ୍ୟାଲଘୁ ମିଳିତ କ୍ରୀୟାନୁଷ୍ଠାନ କମିଟିର ରାଜ୍ୟ ସଂଯୋଜକ ଅଭିରାମ ମଳିକ, ସଂଗ୍ରାମ ମଲିକ ଓ ବିଭ୍ରାନ୍ତ ବିଶ୍ୱଜିତ ପ୍ରଭୃତିଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ହୋଇ ସଂପୃକ୍ତ ମାମଲାର ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବାକୁ ଦାବି କରାଯାଇଛି । କମିଟିର ସଦସ୍ୟ ମାନେ ଆରକ୍ଷୀ ଅଧିକ୍ଷକ ସନ୍ଦିପ ସମ୍ପଦ ମଡ଼କର ଓ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ପ୍ରମୁଖଙ୍କୁ ଭେଟି ପିଡିତ ପରିବାରକୁ ସୁରକ୍ଷା ଓ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ଅନ୍ୟଥା ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଟାଉନ ବଳରାମପୁର ଓ ସୁନ୍ଦରାପାଳ ଗ୍ରାମରୁ ଜଳ ନିଷ୍କାସନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ପୈାରାଞ୍ଚଳ ଅଧିନ ୩ନମ୍ବର ଓ ୪ନମ୍ବର ୱାର୍ଡ ଅନ୍ତର୍ଗତ ଟାଉନ ବଳରାମପୁର ଏବଂ ସୁନ୍ଦରାପାଳ ଗ୍ରାମରେ ଦୀର୍ଘଦିନ ଧରି ଲାଗି ରହିଥିବା ଜଳ ନିଷ୍କାସନ ସମସ୍ୟାର ତୁରନ୍ତ ସମାଧାନ ସହିତ ଓ ଜଳ ନିଷ୍କାସନ ପଥ ମଧୁସାଗରକୁ ଅବରୋଧ ମୁକ୍ତ କରିବା ପାଇଁ ଦାବି କରାଯାଇଛି । ଏନେଇ ଗ୍ରାମା ବସୀ ମାନେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦୁଇଟି ଗ୍ରାମରେ ଅବସ୍ଥିତ ମଧୁସାଗର ଯୋର ଏକ ଜଳ ନିଷ୍କାସନ ପଥ ହୋଇଥିବା ବେଳେ ଏହାକୁ କେତେକ ବ୍ୟକ୍ତି କିଣାବିକା କରି ମାଟି ପକାଇ ଜଳ ନିଷ୍କାସନ ପଥକୁ ଅବରୋଧ କରିଛନ୍ତି । ଫଳରେ ଟାଉନ ବଳରାମପୁର ଓ ସୁନ୍ଦରାପାଳ ଗ୍ରାମ ସମେତ କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟରୁ ଜଳ ନିଷ୍କାସନ ହୋଇ ନପାରି ବର୍ଷାଦିନେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରୁଛି । ଲଗାଣ ବର୍ଷା ପୂର୍ବରୁ ଏହି ସମସ୍ୟାକୁ ସମାଧାନ କରିବା ସହ ଜଳ ନିଷ୍କାସନ ପଥକୁ ଖୋଳିବା ଓ ମଧୁସାଗରକୁ ଅବରୋଧ ମୁକ୍ତ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଅଶୋକ କୁମାର ଗେରୁ, ଉମାକାନ୍ତ ମହାରଣା, ଗୈାରାଙ୍ଗ ମହାରଣା, କୃଷ୍ଣଚନ୍ଦ୍ର ପତି, ଧୃବ ଚରଣ ବେହେରା ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ