ଓଡ଼ିଶା ପ୍ରବାସୀ ତାମିଲନାଡ଼ୁରେ କିଡ୍‌ନୀ ରୋଗରେ ଆକ୍ରାନ୍ତ

ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ୍ ବାଘମାରୀ ପଂଚାୟତ ସୁଲୁଭା ନୂଆସାହିର ଦେବନ୍ତି ପାଣୀ ତାମିଲନାଡ଼ୁକୁ ସିଲେଇ ଟ୍ରେନିଂ ଶିଖିବା ପାଇ ନିଜ ସାଙ୍ଗସାଥି ସହ ୩ ମାସ ପୂର୍ବରୁ ତାମିଲନାଡ଼ୁର କମ୍ବିଟର ଯାଇଥିଲେ କିନ୍ତୁ ଅଚାନକ ତାଙ୍କ ଦେହ ଅସୁସ୍ଥ ହେବାରୁ ସାଙ୍ଗସାଥିମାନେ ତାଙ୍କୁ ଘରୋଇ ହସ୍‌ପିଟାଲ୍‌ରେ ଆଡ଼୍‌ମିଟ୍ କରିଥିବା ବେଳେ ତାଙ୍କୁ କିଡ୍ନୀ ରୋଗ ହୋଇଛି ବୋଲି ଜଣାପଡିଛି । ପରିବାରରେ ମା, ବାପା ବୃଦ୍ଧା ଅବସ୍ଥାରେ ଥିବା ବେଳେ ଭାଇ ବେକାର ହୋଇ ଘରେ ରହିଛି । ସେଠିକାର ଡାକ୍ତର ଦେବନ୍ତୀକୁ ନେବା ପାଇଁ ପରିବାର ଲୋକଙ୍କୁ ଯୋଗାଯୋଗ କରି କହିଦେଇଛନ୍ତି । କିନ୍ତୁ ଅର୍ଥ ଅଭାବ ଯୋଗୁଁ ପରିବର ଲୋକେ ତାକୁ ଆଣିପାରୁନଥିବାର ଅଭିଯୋଗ କରିଛନ୍ତି । ବର୍ତମାନ ତାମୁଲନାଡ଼ୁର ଏକ ଘରୋଇ ହସ୍‌ପିଟାଲ୍‌ରେ ପଡି ରହିଥିବା ବେଳେ ଅର୍ଥ ଅଭାବରୁ ପରିବାରବର୍ଗ ଘରକୁ ଆଣିପାରୁନଥିବା ସହ ଅଧିକ ଚିକିତ୍ସା କରିବାରେ ଅସମର୍ଥ ପ୍ରକାଶ କରିଛନ୍ତି । ଏହା ଭିତରେ ପରିବାରବର୍ଗ ପ୍ରଶାସନକୁ ଦେବନ୍ତୀର ଜୀବନ ବଂଚାଇବା ପାଇଁ ଆକୁଳ ନିବେଦନ କରିଛନ୍ତି । ଦେବନ୍ତୀ ଏକମାତ୍ର ରୋଜଗାରିଆ ହୋଇଥିବାରୁ ତାଙ୍କର ଏହି ଶଯ୍ୟାସାୟୀ ହେବା ପରେ ପରିବାର ଚଳିବା କଷ୍ଟକର ହୋଇପଡିଛି । ତେଣୁ ପ୍ରଶାସନ ପକ୍ଷରୁ ଯଦି ଦେବନ୍ତୀଙ୍କୁ ସାହାଯ୍ୟ ସହଯୋଗ ମିଳିପାରନ୍ତା ତେବେ ଅସହାୟ ଦେବନ୍ତୀର ଜୀବନ ରକ୍ଷା ପାଇପାରନ୍ତା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ