କନ୍ଧମାଳରେ ପୁଣି ୮୬ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରବିବାର କନ୍ଧମାଳ ରେ ପୁଣି ୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୮୪୪ ରେ ପହଂଚିଛି ।ସେଥିରୁ ଆଜି ପର୍ଯ୍ୟନ୍ତ ୨୩୩୭ ଜଣ ସୁସ୍ଥ ହୋଇ ସେମାନଙ୍କ ର ଘରକୁ ଫେରିଛନ୍ତି ।ଜିଲ୍ଲା ରେ ୧୫ ଜଣଙ୍କ କରୋନା ରେ ମୃତ୍ୟୁ ଘଟିଛି ।ଅନ୍ୟାନ୍ୟ କୋଭିଡ଼ ହସ୍ପିଟାଲରେ ଆଉ ୪୯୨ ଜଣ ଚିକିତ୍ସିତ ହେଉଛନ୍ତି ।ତେବେ ଆଜି ଜିଲ୍ଲାର ଚିହ୍ନଟ ହୋଇଥିବା ଆକ୍ରାନ୍ତ ସଂଖ୍ୟା ୮୬ ମଧ୍ୟରୁ ୫୨ ଜଣ ପୁରୁଷ ହୋଇଥିବା ବେଳେ ୩୪ ଜଣ ମହିଳା ।ସେମାନଙ୍କ ମଧ୍ୟରୁ ଫୁଲବାଣୀର ୪୬ ଜଣ ହୋଇଥିବା ବେଳେ, ଜି ଉଦୟଗିରିର ୦୬ ଜଣ, କ ନୂଆଗାଁ ର ଜଣେ , ତୁମୁଡିବନ୍ଧର ୨ଜଣ, ଫିରିଙ୍ଗିଆର ୮ଜଣ, ଚକାପାଦ ର ୧୦ ଜଣ, ରାଇକିଆର ୨ଜଣ, ଦାରିଙ୍ଗବାଡିର ୩ଜଣ,ଖଜୁରିପଡାର ୨ ଜଣ, ବାଲିଗୁଡା ର ୨ ଜଣ ଓ ଅନ୍ୟାନ୍ୟ ୪ ଜଣ ରହିଥିବା ନେଇ କନ୍ଧମାଳ ଜିଲ୍ଲାପାଳ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି ।ଜିଲ୍ଲା ପ୍ରଶାସନ ତରଫରୁ ଭୟଭିତ ହେବାର କୌଣସି କାରଣ ନାହିଁ ଘରେ ରୁହନ୍ତୁ ଅତି ଆବଶ୍ୟକ ହେଲେ ଘରୁ ବହାରନ୍ତୁ , ବାହାରିଲା ବେଳେ ମାସ୍କ ବ୍ୟବହାର କରନ୍ତୁ ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ