ଟାଉନ ଥାନାରେ ୧୪କରୋନା ପଜିଟିଭ

କେନ୍ଦ୍ରାପଡ଼ା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଟାଉନ ଥାନାରେ ସପ୍ତାହକ ମଧ୍ୟରେ କେତେକ ଅଧିକାରୀ ଓ କର୍ମଚାରୀ କରୋନା ସଂକ୍ରମିତ ବାହାରିବା ପରେ ଥାନା ଭିତରକୁ ସାଧାରଣ ପ୍ରବେଶ ଉପରେ ରୋକ ଲଗାଯାଇଛି । ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ଅଭିଯୋଗକାରୀ ସେମାନଙ୍କ ଲିଖିତ ଅଭିଯୋଗପତ୍ରକୁ ଥାନା ବାହାରେ ଥିବା ଏକ ବାକ୍ସରେ ପକାଇବା ପାଇଁ ନିର୍ଦେଶ ଦିଆଯାଇଛି । ଥାନା ଭିତରେ ଏବେ ଜଣେ ଇନିସପେକ୍ଟର ଓ ଜଣେ ସବଇନିସପେକ୍ଟରଙ୍କୁ ଛାଡିଦେଲେ ଅନ୍ୟ କୈାଣସି କର୍ମଚାରୀ ବା ଅଧିକାରୀ ନଥିବାର ଦେଖାଯାଇଛି । ସଂକ୍ରମିତଙ୍କ ମଧ୍ୟରେ ଜଣେ ଇନିସପେକ୍ଟର, ୨ଜଣ ଏସ.ଆଇ., ଜଣେ ଏ.ଏସ.ଆଇ., ୨ଜଣ ହାବିଲଦାର, ୨ଜଣ ହୋମଗାର୍ଡ ଓ ୬ଜଣ କନେଷ୍ଟବଳ ରହିଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି । ସହରର କରୋନା ସ୍ଥିତି ଧିରେ ଧିରେ ଉଦବେଜନକ ହେବାକୁ ଯାଉଥିବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ