କମ୍ପ୍ୟୁଟର ପ୍ରଶିକ୍ଷଣ ସଚେତନତା ରଥ
ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ନଲେଜ କର୍ପୋରେସନ ପକ୍ଷରୁ ଚାଲିଥିବା ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରମାଣପତ୍ର (ଓଏସ-ସିଆଟି) ସମ୍ପର୍କିତ ସଚେତନତା ରଥ ଆଇବିଟି କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର ପକ୍ଷରୁ ଶୁଭାରମ୍ଭ ହୋଇଯାଇଛି । ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ଏହି ରଥର ଶୁଭାରମ୍ଭ କରିଥିଲେ । ରାଜ୍ୟ ସରକାରଙ୍କ ଓକେସିଏଲ୍ ଦ୍ୱାରା ଅନୁମୋଦିତ ଓଏସ୍-ସିଆଟି ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ନିଯୁକ୍ତି କ୍ଷେତ୍ରରେ ଉପଯୋଗୀ ହୋଇପାରିବ ବୋଲି ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ଆଶା ପ୍ରକାଶ କରିଥିଲେ । ୩ ମାସିଆ କମ୍ପ୍ୟୁଟର ଶିକ୍ଷା ଅଭିଯାନରେ ସାମିଲ ହେବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଆଇବିଟି କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ହରେଶ ଚନ୍ଦ୍ର ବେହେରା ଏହି କାର୍ଯ୍ୟକ୍ରମରେ ପୌରହିତ୍ୱ କରିବା ସହିତ ଓଏସ-ସିଆଟି ପାଠ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଆଇବିଟି ପ୍ରଶିକ୍ଷଣ କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ସମେତ ପ୍ରଶିକ୍ଷକ ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।


