୭ଦିନିଆ ମିର୍ଜାପୋଖରୀ ଚନ୍ଦନ ଯାତ୍ରା ପ୍ରସ୍ତୁତି ଜୋରଦାର

ବାଲେଶ୍ୱର, (ସରୋଜ ପଣ୍ଡା):ସହରର ପୁରାତନ ମିର୍ଜା ପୋଖରୀ ଚନ୍ଦନ ଯାତ୍ରା ଚଳିତ ବର୍ଷ ଯାକଜମକରେ ପାଳନ ପାଇଁ ପ୍ରସ୍ତୁତି ଚୁଡାନ୍ତ ର୍ପ୍ୟାୟରେ ପହଞ୍ଚିଛି । ଆସନ୍ତା ୨୯ ତାରିଖରୁ ମେ ମାସ ୫ ତାରିଖ ପର୍ଯ୍ୟନ୍ତ ଭରପୂର ମନୋରଞ୍ଜନ ମଧ୍ୟରେ ଏହି ଚନ୍ଦନ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସବୁପ୍ରକାର ପଦକ୍ଷେପ ନିଆଯାଉଛି ବୋଲିି ଉତ୍ସବ କମିଟିର ସଭାପତି ପଦ୍ମଲୋଚନ ଲେଙ୍କା ଓ କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀ ନାରାୟଣ ମହାନ୍ତି ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମାଣିଖମ୍ବ, ଗୋପାଳଗାଁ, ସୁଏଲପୁର ସମେତ ଆଖପାଖ ଅଞ୍ଚଳବାସୀଙ୍କ ମିଳିତ ଉଦ୍ୟମରେ ଚନ୍ଦନଯାତ୍ରା ଆୟୋଜିତ ହେବାକୁ ଯାଉଛି । ପ୍ରତି ସଂଧ୍ୟାରେ ଶୋଭାଯାତ୍ରା ମଧ୍ୟରେ ଶ୍ରୀରାଧାକୃଷ୍ଣ ବିଗ୍ରହଙ୍କ ନାବକୁ ଆଗମନ ଓ ନାବକେଳି ଅନୁଷ୍ଠିତ ହେବ । ସେହିପରି ପ୍ରଥମ ସଂଧ୍ୟାରେ ଦୃଷ୍ଟିହୀନ ପିଲାଙ୍କ ଦ୍ୱାରା ଭଜନ କାର୍ଯ୍ୟକ୍ରମ, ଦ୍ୱିତୀୟ ସନ୍ଧ୍ୟାରେ ଡ୍ୟାନ୍ସ, ତୃତୀୟ ସଂଧ୍ୟାରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରଦର୍ଶନ ଓ ଯାତ୍ରା ଏବଂ ଅନ୍ୟାନ୍ୟ ସନ୍ଧ୍ୟାରେ ସଙ୍ଗୀତ ବିଚିତ୍ରା ପ୍ରଭୃତି ଅନୁଷ୍ଠିତ ହେବ । ୭ଦିନିଆ ଚନ୍ଦନ ଯାତ୍ରାରେ ଜିଲା ଓ ଜିଲା ବାହାରୁ ବ୍ୟବସାୟୀମାନେ ଆସି ବିଭିନ୍ନ ପ୍ରକାର ଦୋକାନ ଖୋଲିବେ । ଛୋଟ ଛୋଟ ପିଲାଙ୍କ ମନୋରଂଜନ ପାଇଁ ରାମଦୋଳିର ବ୍ୟବସ୍ଥା କରାଯାଇଛି । ଏହି ଉତ୍ସବ ପାଳନରେ ଅତ୍ୟଧିକ ଜନଗହଳି ହେଉଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି । ତେବେ ଚନ୍ଦନ ଯାତ୍ରାରେ ରାତି ୧୦ଟା ପରେ ସାଉଣ୍ଡ ବନ୍ଦ ଓ ୧୧ଟା ସୁଦ୍ଧା ମେଳା ବନ୍ଦ ସମୟ ବୃଦ୍ଧି ପାଇଁ ପୁଲିସ ପ୍ରଶାସନକୁ ନିବେଦନ କରାଯିବ ବୋଲି କମିଟି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଉତ୍ସବ କମିଟି ସମ୍ପାଦକ ଅରୁଣ କୁମାର ସ୍ୱାଇଁଙ୍କ ସମେତ ଉପଦେଷ୍ଟା ମନୋଜ କୁମାର ଦାସ, ଉପ-ସଭାପତି ଶ୍ରୀକାନ୍ତ ବୁଗୁଡ଼ାଇ, କୋଷାଧ୍ୟକ୍ଷ ସୌର୍ଯ୍ୟସୁନ୍ଦର ସେନ, ସରୋଜ କୁମାର ଲେଙ୍କା, ବୀରେନ୍ଦ୍ର କୁମାର କର, ଧୀରଜ କୁମାର ମହାନ୍ତି, ମୋହିନୀ ମୋହନ ପରିଡ଼ା, ଅବିନାଶ କୁମାର ସ୍ୱାଇଁ ପ୍ରମୁଖ ଏହି ସାମ୍ବାଦିକ ସମ୍ମିନଳୀରେ ଉପସ୍ଥିତ ଥଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ