ତାମିଲନାଡୁରେ ଫସିଛନ୍ତି ୫୧ ପରିବାର ଉଦ୍ଧାର ପାଇଁ ନିବେଦନ

ବେଲଗୁଣ୍ଠା (ଶିବରାମ ଚୌଧୁରୀ) : କରୋନା ଭାଇରସ୍ ପ୍ରଭାବରେ ସାରା ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ଭାରତ ସରକାର ଲକ୍ ଡାଉନ୍ ଘୋଷଣା କରି ସମସ୍ତ ଯାତ୍ରୀ ବାହୀ ବସ୍,ଟ୍ରେନ, ବିମାନ ଚଳାଚଳ ବନ୍ଦ କରିଛନ୍ତି ।ଫଳରେ ଦାଦନ ଖଟିବାକୁ ଯାଇଥିବା ବହୁ ଓଡ଼ିଆ ଦାଦନ ଶ୍ରମିକ ବାହାର ରାଜ୍ୟରେ ଫସି ରହିଛନ୍ତି ।କାମ ବନ୍ଦ, ପାଖରେ ପଇସା ନାହିଁ, ଗାଁ କୁ ଫେରିବାକୁ ଟ୍ରେନ ନାହିଁ,ଭୋକ ଉପାସରେ ଦିନ ବିତାଉଛୁ ।କରୋନା କଟକଣା ଯୋଗୁଁ ଆମେ ଏଠାରେ ଦୟନୀୟ ଜୀବନ ବିତାଉଛୁ ।ଖାଇବା ପାଇଁ ରାସନ ଜିନିଷ ନାହିଁ ।ତାମିଲନାଡୁ ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ମିଳିନାହିଁ ।ଆମେ।୫୧ ପରିବାର ମଧ୍ୟରେ ବହୁ।ଛୋଟ ଛୁଆ ଫସି ରହିଛନ୍ତି ।ଆମକୁ ଓଡିଶା ଫେରାଇ ନିଅ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜିଲ୍ଲା ପ୍ରଶାସନ କୁ ନିବେଦନ କରି କିଛି ଦାଦନ ଶ୍ରମିକ ଭିଡିଓ ବାର୍ତ୍ତା ପଠାଇଛନ୍ତି ।ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ, ଜଗନ୍ନାଥ ପ୍ରସାଦ ବ୍ଳକ୍, ସୋରଡା ବ୍ଳକ୍, ବେଲଗୁଣ୍ଠା ଏନ୍.ଏ.ସି ସମେତ ବାଲେଶ୍ବର ଜିଲ୍ଲା ଖଇରା ବ୍ଳକ୍, କୁପାରୀ,କାବନ ୫୧ ପରିବାରର ପ୍ରାୟ ଦୁଇଶହରୁ ଉର୍ଦ୍ଧ୍ବ ଲୋକ ଫସି ରହିଛନ୍ତି ।ସେମାନେ ପଠାଇଥିବା ଭିଡିଓ ବାର୍ତ୍ତା ସୂଚନା ପ୍ରକାରେ ତାମିଲନାଡୁ ର ତିରୁପୁର ଜିଲ୍ଲାର ଗାନ୍ଧୀ ନଗରର ପି.ଭି.ଜି ନଗରରେ ରହି ଏକ କାରଖାନାରେ।ଶ୍ରମିକ ଭାବେ କାର୍ଯ୍ୟ କରିଆସୁଥିଲେ ।।ସେଠାରେ ସେମାନେ ବିଭିନ୍ନ କାରଖାନାରେ କାମ କରୁଥିବା ବେଳେ କରୋନା ପାଇଁ ଲକ୍ ଡାଉନ୍ ହେବା ପରେ କମ୍ପାନୀ ବନ୍ଦ ହୋଇଯାଇଥିଲା ।ଗମନାଗମନ ବନ୍ଦ ଯୋଗୁଁ ଗ୍ରାମକୁ ଆସିପାରିନଥିଲେ ।ପାଖରେ ଥିବା ଟଙ୍କା ସରିଯିବା ଫଳରେ ଭୋକ ଉପାସରେ ପଡି ରହିଥିବାରୁ ତାଙ୍କୁ ଉଦ୍ଧାର ପାଇଁ ଓଡ଼ିଶା ଫେରାଇଆଣିବା ପାଇଁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ