କରୋନା ସଂକ୍ରମିତ ସାମ୍ବାଦିକଙ୍କ ଆଶୁ ଆରୋଗ୍ୟ କାମନା କଲେ ଏସ୍‌ୟୁଜେ ସଙ୍ଗଠନ

ପାରାଦ୍ୱୀପ, (ପୀତବାସ ପ୍ରଧାନ): ଓଡିଶା ‘ଷ୍ଟେଟ୍ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ’ (ଏସ୍‌ୟୁଜେ) ଜଗତସିଂହପୁର ଜିଲ୍ଲା ଶାଖାର ଆବାହକ, ଦୈନିକ ମହ୍ଳାର ଖବର କାଗଜର ପାରାଦ୍ୱୀପ ପ୍ରତିନିଧି ତଥା କରୋନା ଯୋଦ୍ଧା ଆଇନଜୀବୀ ରବିନ୍ଦ୍ର କୁମାର ଜେନା କରୋନା ସଂକ୍ରମଣରେ ଗୁରୁତର ଆକ୍ରାନ୍ତ ହୋଇ କଟକର ଏକ ଘରୋଇ କୋଭିଡ୍ ଚିକିତ୍ସାଳୟରେ ଚିକିତ୍ସତ ହେଉଛନ୍ତି । ଏହି ଦୁଃଖଦ ସମୟରେ ଏସ୍‌ୟୁଜେ ରାଜ୍ୟ ସଂଗଠନର ସଭାପତି ଅଜୟ ସାହୁ ଏବଂ ସାଧାରଣ ସମ୍ପାଦକ କୈଳାଶ ନାୟକ ଆଶୁ ଆରଗ୍ୟ କାମନା କରି ରବିନ୍ଦ୍ର ଜଣେ ସୁଦକ୍ଷ ସଙ୍ଗଠକ ତଥା ବନ୍ଧୁବତ୍ସଳ ବ୍ୟକ୍ତିତ୍ୱ ଏବଂ ସମସ୍ତ ଏସ୍‌ୟୁଜେ ସଙ୍ଗଠନ ରବି ବାବୁଙ୍କ ସହିତ ରହିଛି । ସେ ସୁସ୍ଥ ହୋଇ ଖୁବ ଶିଘ୍ର ଆମ ମାନଙ୍କ ଗ୍ରହଣକୁ ଆସିବା କାମନା କରିଛନ୍ତି ଏସ୍‌ୟୁଜେ ନେତୃତ୍ୱ । ତେବେ ଏହି ପରିପ୍ରେକ୍ଷୀରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌ୟୁଜେ ରାଜ୍ୟ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଗଗନ ବିହାରୀ ସାହୁ, ବରିଷ୍ଠ ସାମ୍ବାଦକ ଶୁକଦେବ ଜେନା, ଶଶାଙ୍କ ଆଚାର୍ଯ୍ୟ, ପ୍ରସାନ୍ତ ରାଉତ, ସଞ୍ଜୟ ମିଶ୍ର, ନାରାୟଣ ବେହେରା, ସବିତା ମହାପାତ୍ର, ଜଗନ୍ନାଥ ଶତପଥି, ଆଦିତ୍ୟ ରାଉତରାୟ, ରାକେଶ ପଟ୍ଟନାୟକ, ଦୀପକ ଦାସ, ବନ୍ଧୁ ଦୀପକ ବାରିକ, ପ୍ରକାଶ ମହାନ୍ତି, ସ୍ମୃତିରେଖା ପଣ୍ଡା ବିଜୟ ଓଝାଙ୍କ ସମେତ ବହୁ କାର୍ଯ୍ୟରତ ସାମ୍ବାଦିକ ଗଣମାଧ୍ୟମ ପ୍ରତିନିଧି ଓ ବନ୍ଧୁ ପ୍ରମୁଖ ରବିନ୍ଦ୍ରଙ୍କର ଆଶୁ ଆରଗ୍ୟ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ