କାମିୟା ଯାନୀ ବିବାଦ: ଶ୍ରୀଜଗନ୍ନାଥ ସୁରକ୍ଷା ଅଭିଯାନ ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ୟୁଟ୍ୟୁବର କାମିୟା ଯାନୀ ବିବାଦକୁ ନେଇ କନ୍ଧମାଳ ଜିଲ୍ଲା ଶ୍ରୀଜଗନ୍ନାଥ ସୁରକ୍ଷା ଅଭିଯାନ ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସନାତନ ଧର୍ମର ସ୍ୱାଭିମାନ ତଥା କୋଟି କୋଟି ହିନ୍ଦୁଙ୍କ ମଉଡମଣୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତରେ କାମିୟା ଯାନୀଙ୍କୁ ପ୍ରବେଶ କରାଇ ଏବଂ ମହାପ୍ରସାଦ ଖୁଆଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଅପମାନ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଗିରଫ ଦାବୀରେ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭ ପ୍ରଦର୍ଶନରେ ଶ୍ରୀଜଗନ୍ନାଥ ସୁରକ୍ଷା ଅଭିଯାନର ସମ୍ପାଦକ ଶିବାଶିଷ ପଣ୍ଡା, ସୁନୀଲ ପଟ୍ଟନାୟକ, ବରିଷ୍ଠ ନାଗରିକ ସଭାପତି କମଳାକାନ୍ତ ପାଣ୍ଡେ, ଗୋପାଳ ଷଢଙ୍ଗୀ, ରାଜବୀର ମାଝୀ, ଜଗନ୍ନାଥ ସାହୁ, ଗଞ୍ଜାମ ବିଭାଗ ସହ ପ୍ରଚାରକ ମୁନୀନ୍ଦ୍ର ଶବର, କର୍ଣ୍ଣ ପ୍ରଧାନ, ରତନ ଚୌଧୁରୀ, ଭିକି ସାହୁ, ଜଗନ୍ନାଥ ସାହୁ ପ୍ରମୁଖ ବହୁତ ସଂଖ୍ୟାରେ ଜଗନ୍ନାଥ ପ୍ରେମୀ ଯୋଗ ଦେଇଥିଲେ। ଏହି ଅବସରରେ ଜିଲା ପ୍ରଶାସନକୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ