ଶେରଗଡ଼ ବିଜେଡିର ବ୍ଲକ କର୍ମକର୍ତ୍ତା ବୈଠକ

ଶେରଗଡ, (ବିଭୁ ପ୍ରସାଦ ଦାସ): ବିଜୁ ଛାତ୍ର ଜନତା ଦଳ ତରଫରୁ ଜିଲ୍ଲା କର୍ମକର୍ତ୍ତା ବୈଠକ ଆଜି ପ୍ରଥମ କରି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ସ୍ଥିତ ମା ଦକ୍ଷିଣ କାଳୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଶେରଗଡ଼ ବିଜୁ ଜନତା ଦଳ ସଭାପତି ଶରତ ଚନ୍ଦ୍ର ପାତ୍ର, ବ୍ଲକ ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ବ୍ଲକ ଉପାଧ୍ୟାକ୍ଷ ବିଶ୍ୱନାଥ ସ୍ୱାଇଁ, ବରିଷ୍ଠ ବିଜେଡ଼ି ନେତା ହୀନ ବେହେରା, ୫୮ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ଗଞ୍ଜାମ ଜିଲ୍ଲା ଛାତ୍ର ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲା ଛାତ୍ର ପର୍ଯ୍ୟବେକ୍ଷକ ଅରୁଖ ଶ୍ରୀ ଚନ୍ଦନ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଙ୍କ ଲୋକଭୀମୁଖୀ ଯୋଜନା କୁ ଡିଜିଟାଲ ମାଧ୍ୟମରେ ଲୋକଭୀମୁଖୀ କରିବା ପାଇଁ ଉପଦେଶ ଦେଇଥିଲେ।,ଜିଲ୍ଲା ସାଧାରଣ ସମ୍ପାଦକ ସଚିନ ପଣ୍ଡା, ଜିଲ୍ଲା ସମ୍ପାଦକ ସୋନାଲି ବାରିକ, ରଜନୀ ପଣ୍ଡା,ଗଞ୍ଜାମ ଛାତ୍ର ଡିଜିଟାଲ ସେକ୍ରେଟାରୀ ନିଖିଲ ଚୌଧୁରୀ, ଗଞ୍ଜାମ ଆଇଟି ଇନଚାର୍ଜ ରବୀନ୍ଦ୍ର ସାହୁ ଙ୍କୁ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ବହୁ ଛାତ୍ର ଛାତ୍ରୀ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ