କାର ଧକ୍କାରେ ସ୍କୁଟି ଆରୋହି ଆହତ

ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ଥାନା ଅନ୍ତର୍ଗତ ପୂଇଁତୋଳା ଲବଣ କଲୋନୀ ନିକଟ ଜାତୀୟ ରାଜପଥ(୧୬) ରେ ଏକ କାର( ଓଡି ୦୨ବିଏ ୫୭୪୮) ଛତ୍ରପୁର ଯାଉଥିବା ଏକ ସ୍କୁଟି (ଓଡ଼ି ୦୭୨୫୮୪) କୁ ଧକ୍କା ଦେବା ଫଳରେ ଦୁଇଜଣ ଆହତ ହୋଇରାସ୍ତାକଡ଼ରେ ପଡିରହିଥିଲେ । ସ୍ୱେଚ୍ଛାସେବୀ ବିଶ୍ୱଦଳାଇ , ଆଖିଲ ତରାଇ, ସତ୍ୟଦେଳେଇ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ଛତ୍ରପୁର ମେଡିକାଲ ପଠାଇଥିଲେ। ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲ ପରେ ଭୁବନେଶ୍ୱର ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି । ଖବର ପାଇ ଗଞ୍ଜାମ ଥାନାର ସେକେଣ୍ଡ ଅଫିସର ଅଜିତ କୁମାର ପରିଡା ତଦନ୍ତ କରିବା ସହ ଧକ୍କାଦେଇଥିବା ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛନ୍ତି । ଆହତ ଜଣଙ୍କ ହେଲେ ଗଞ୍ଜାମ ବ୍ଲକ ପୁରୁଣାବନ୍ଦଗ୍ରାମର ଭି. ଜଗନ୍ନାଥ ରାଓ (୩୮), ତାଙ୍କ ଭାଣିଜି ବି.ଡଲି କୁମାର (୨୧)। ବି.ଡ଼ଲିର ର ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ