କାଶୀନଗର ବ୍ଲକ ମାଟ୍ରିକ ପରୀକ୍ଷାରେ ଟପ୍ପରଙ୍କୁ ସମ୍ମାନୀତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଗଜପତି ଜିଲ୍ଲାର କାଶୀନଗର ବ୍ଲକରେ ୯୮% ଛାତ୍ରଛାତ୍ରୀ ଉତ୍ତୀର୍ଣ ହୋଇଥିବା ବ୍ଲକ ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।କାଶୀନଗର ବ୍ଲକ ଓ ଏନ ଏ ସି ରେ ଥିବା ୧୨ ଗୋଟି ହାଇସ୍କୁଲ ଜରିଆରେ ୬୮୫ ଜଣ ପିଲାମାନେ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ୬୭୫ ଜଣ ଉତ୍ତୀର୍ଣ ହୋଇଥିବା ବିଇଓ ଆଦିକନ୍ଦ ଗମାଙ୍ଗ ସୂଚନା ଦେଇଛନ୍ତି । ଭିସ୍ତାଳା ଗ୍ରାମର ବି.ବାସୁଦେବଙ୍କ ପୁଅ ବି ରୋହିତ ବ୍ଲକ ଟପ୍ପର ହୋଉଛନ୍ତି । ବିଭିନ୍ନ ହାଇସ୍କୁଲରୁ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ମlନପତ୍ର ଦେଇ ସମ୍ମାନିତ କରାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ