କାଶୀନଗର ଶ୍ରୀରାମ କଲେଜଠାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): ପବିତ୍ର ବଡ଼ଓଷା ଏକାଦଶୀ ତିଥିରେ ଶ୍ରୀରାମ ଡିଗ୍ରୀ କଲେଜଠାରେ କଲେଜର ରେଡକ୍ରଶ ଆମ ଓଡିଶା ଓ ସମ୍ବାଦ ତରଫରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା | ସ୍ଥାନୀୟ ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ର ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ପ୍ରାରମ୍ଭରେ କଲେଜ ପ୍ରତିଷ୍ଠାତା ରଘୁନାଥ ସାହୁଙ୍କ ଅନୁରୋଧରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ଏହି ଅବସରରେ ଏକ ସଚେତନ ସଭା ଆୟୋଜନ କରାଯାଇଥିଲା | ପ୍ରିନସିପାଲ ପ୍ରଶାନ୍ତ କୁମାର ବୋନପାଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥିଭାବେ ମେଡିକାଲ ଅଫିସର ଇନଚାର୍ଜ ପାର୍ଥ ସାରଥି ବେହେରା, ରକ୍ତ ଭଣ୍ଡାରର ମୁଖ୍ୟ ଡାକ୍ତର ରବି କୁମାର, ଜିଲ୍ଲା ରେଡ କ୍ରସ ସଂଯୋଜକ ସନ୍ତୋଷ ଷଡ଼ଙ୍ଗୀ, ସମାଜ ସେବି ହୃଷୀକେଶ ଗୌଡ଼, ଜୁନିଅର କଲେଜ ଅଧ୍ୟକ୍ଷ ନବକୃଷ୍ଣ ସାହୁକାର ପ୍ରମୁଖ ରକ୍ତଦାନ ଶିବିରରେ ଯୋଗ ଦେଇଥିଲେ | ସ୍ଥାନୀୟ ଦେବୀ ୟୁଥର ସଭାପତି ପୋଲାକି ତିରୁପତି ଓ ତାଙ୍କ ସଂଘର ସଦସ୍ୟମାନେ ରକ୍ତଦାନ କରିଥିଲେ | ଉଲ୍ଲୋଖୀନ ଘଟଣା ଯେ ଉଦଘାଟକ ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ର, ଡାକ୍ତର ପାର୍ଥ ସାରଥି ବେହେରା , ଏନ .ଏ.ସି ନିର୍ବାହୀ ଅଧିକାରୀ ଡାକ୍ତର ସତ୍ୟ ସମ୍ପୂର୍ଣ ରାଉତ , ସହକାରୀ ଥାନା ଅଧିକାରୀ ଅଶୋକ ହାଂସଦା ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି | ସମ୍ବାଦ ପ୍ରତିନିଧି ମନୋଜ ଚୌଧୁରୀ(ଟୁନା) ଏହି ଶିବିର ଆୟୋଜନ ଓ ପରିଚାଳନା କରିଥିଲେ | କଲେଜର ରେଡ କ୍ରସର ଅଧିକାରୀ , ଅଧ୍ୟାପକ ପି.ଭେଙ୍କଟ ରାଓ ଶିବିର ସଫଳ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ଶିବିରରେ କଲେଜର ଅଧ୍ୟାପକ , ଅଧ୍ୟାପିକା ଓ କଲେଜର କର୍ମଚାରୀ , ସ୍ଵେଚ୍ଛା ସେବୀମାନେ ଯୋଗ ଦେଇ ଶିବିରକୁ ସଫୋଲ୍ୟ ମଣ୍ଡିତ କରିଥିଲେ |ସମୁଦାୟ ୩୩ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ