ପୋଖରୀରୁ ମହିଳା ଙ୍କ ଶବ ଉଦ୍ଧାର
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ଉତ୍ତରଵାଡ ଗ୍ରାମ ସ୍ଥିତ ଏକ ପୋଖରୀରୁ ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଛି । ଉଦ୍ଧାର ହୋଇଥିବା ମହିଳା ଗ୍ରାମର ମୁନା ଜେନା ଙ୍କ ପତ୍ନୀ ଡଲି ଜେନା ଵୋଲି ଜଣାପଡିଛି । ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଵ୍ୟଵଛେଦ ପାଇଁ ଭଦ୍ରକ ପଠାଇଥିବା ଜଣାପଡିଛି । ଏନେଇ ଥାନା ପକ୍ଷରୁ ୨୩/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।


