କୁତୁରଙ୍ଗ ପଞ୍ଚାୟତ: କାଳିଆଙ୍କ ଗୋଟି ଚାଳନାରେ ବିରୋଧୀ ଚିତପଟାଙ୍ଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତୁରଙ୍ଗ ଗ୍ରାମପଞ୍ଚାୟତରେ ଆଜି ଥିଲା ନାଏବ ସରପଞ୍ଚ ନିର୍ବାଚନ । ଏଥିରେ ଯୁବନେତା ନରୋତ୍ତମ ମଲିକ(କାଳିଆ)ଙ୍କ ଗୋଟି ଚାଳନାରେ ବିରୋଧୀ ଚିତପଟାଙ୍ଗ ମାରିଥିବା ଦେଖାଯାଇଛି । ଯୁବନେତା ଶ୍ରୀ ମଲିକ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରି ଏହି ପଞ୍ଚାୟତର ନାଏବ ସରପଞ୍ଚ ନିର୍ବାଚନରେ ବିଜେଡି ସମଥିତ ପ୍ରାର୍ଥୀ ଭାବେ ସବିତା ଦାସଙ୍କୁ ନାଏବ ସରପଞ୍ଚ ଭାବେ ପ୍ରାର୍ଥି କରିଥିଲେ । ବିରୋଧୀ କଂଗ୍ରେସ ସମର୍ଥିିତ ପ୍ରାର୍ଥୀ ଭାବେ କବିତା ସାମଲ ନାଏବ ସରପଞ୍ଚ ପ୍ରାର୍ଥୀ ହୋଇଥିଲେ । ନିର୍ବାଚନ ପରେ ବିଜେଡି ସମର୍ଥିତ ପ୍ରାର୍ଥୀ ସବିତା ଦାସ ୮ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କବିତା ସାମଲ ମାତ୍ର ୩ଖଣ୍ଡ ଭୋଟ ପାଇ ପରାଜୟ ବରଣ କରିଥିଲେ । ନାଏବ ସରପଞ୍ଚ ନିର୍ବାଚନରେ ବିଜେଡି ସମଥିତ ପ୍ରାର୍ଥୀଙ୍କ ବିଜୟ ପରେ ନବ ନିର୍ବାଚିତ ନାଏବ ସରପଞ୍ଚ ସବିତା ଦାସ, ଯୁବନେତା ନରୋତ୍ତମ ମଲିକ, ପୂର୍ବତନ ସରପଞ୍ଚ ସୀତାସୁନ୍ଦରୀ ମଲିକଙ୍କୁ ପଞ୍ଚାୟତ ବିଜେଡି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଦ୍ମନାଭ ସାହୁ, ରମେଶ ଚନ୍ଦ୍ର ପରିଡା, ମନୋରଞ୍ଜନ ପାତ୍ର, ଦିଲ୍ଲିପ ଦାସ, ଶ୍ରୀକାନ୍ତ ମଲିକ, ରଞ୍ଜନ କୁମାର ମଲିକ, ଶରତ କୁମାର ଜେନା, ଗୋଲଖ ଜେନା, ମନୋରଞ୍ଜନ ମଲିକ, ଶ୍ରୀଧର ସାହୁ, ସଞ୍ଜୀବ ଦାସ, ବାବାଜୀ ପାତ୍ରଙ୍କ ସମେତ ବହୁ ବିଜେଡି କର୍ମୀ ଯୋଗଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ