କେନ୍ଦ୍ରାପଡା ପୈାରାଞ୍ଚଳର ୧୫ନମ୍ବର ୱାର୍ଡରେ ହବିବାଙ୍କ ନିର୍ବାଚନୀ ପ୍ରଚାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପୈାରାଞ୍ଚଳରେ ଏବେ ନିର୍ବାଚନୀ ଉଷ୍ମତା ଦେଖିବାକୁ ମିଳିଛି । ପୈାରାଞ୍ଚଳର ୨୧ଟି ୱାର୍ଡରେ କାଉନସିଲର ପ୍ରାର୍ଥୀ ଓ ନଗରପାଳ ପ୍ରାର୍ଥୀଙ୍କ ଆରମ୍ଭ ହୋଇଯାଇଛି ନିର୍ବାଚନୀ ପ୍ରଚାର । ବିଭିନ୍ନ ରାଜନୈତିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀମାନେ ସେମାନଙ୍କ ସମର୍ଥକମାନଙ୍କୁ ସଙ୍ଗରେ ଧରି ସାହି ବସ୍ତି ବୁଲି ନିର୍ବାଚନୀ ପ୍ରଚାର ଚଳାଇଥିବା ଦେଖିବାକୁ ମିଳିଛି । ସେହିପରି କେନ୍ଦ୍ରାପଡା ପୈାରାଞ୍ଚଳର ୧୫ନମ୍ବର ୱାର୍ଡରୁ ବିଜୁ ଜନତା ଦଳର କାଉନସିଲର ପ୍ରାର୍ଥୀ ହୋଇଥିବା ହବିବା ବେଗମ ତାଙ୍କ ସମର୍ଥକ ଶତାଧିକ ମହିଳାମାନଙ୍କୁ ସଙ୍ଗରେ ଧରି ସାହିବସ୍ତିର ପ୍ରତ୍ୟେକ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ତାଙ୍କ ସ୍ୱାମୀ ବିଜେଡିର ଜଣେ ଯୁବନେତା ଭାବରେ ସାଧାରଣରେ ପରିଚିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣ ମୂଳକ ଯୋଜନା ଓ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କ ବିକାଶର ଧାରାକୁ ପାଥେୟ କରି ହବିବା ଲୋକଙ୍କ ପାଖରେ ପହଞ୍ଚି ଜନ ସମର୍ଥନ ଲୋଡୁଥିବା ଦେଖାଯାଇଛି । ଜଣେ ମେଳାପି, ମିଷ୍ଟଭାଷି ଓ ସମାଜସେବୀ ମହିଳା ଭାବରେ ହବିବାଙ୍କର ବେଶ ଦକ୍ଷତା ରହିଛି । ହବିବାଙ୍କ ସହିତ ତାଙ୍କ ସ୍ୱାମୀ ସେକ ନସିମୁଦ୍ଦିନ (ପପୁ) ଓ ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ମହମ୍ମଦ ସେକ ଇନାୟତ (ଚନ୍ଦନ) ଙ୍କ ସମେତ ବହୁ ମହିଳା ସମର୍ଥକମାନେ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ