କୁମ୍ଭିର ଆକ୍ରମଣରେ ଜଣେ ଆହତ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ବୀରୂପା ନଦୀରେ କୁମ୍ଭୀର ଆକ୍ରମଣରେ ଜଣେ ଗୁରୁତ୍ତର ଭାବେ ଆହତ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଇନ୍ଦୁପୁରସ୍ଥିତ ବୀରୂପା ନଦୀପାର ହେଉଥିବା ସମୟରେ ରବିବାର ଅପରାହ୍ନରେ ଏକ ଗାଇର ଲାଙ୍ଗୁଡ ଧରି ନଦୀ ପହଁରି ପାର ହେଉଥିବା ସମୟରେ ନିକିରାଇ ଥାନା ଅନ୍ତର୍ଗତ ହାବେଳି ଗ୍ରାମର ମିଟୁନା ଓରଫ ସର୍ବେଶ୍ୱର ଜେନା(୪୫)ଙ୍କୁ ଏକ କୁମ୍ଭିର ଆକ୍ରମଣ କରିଥିଲା । ନଦୀରେ କମପାଣି ଥିବାରୁ ଶ୍ରୀ ଜେନା କୁମ୍ଭୀର ସହିତ ଲଢି ଗୁରୁତ୍ତର ଆହତ ଅବସ୍ଥାରେ ନଦୀପାଣିରୁ ଉପରକୁ ପଳାଇ ଆସିଥିଲେ । ଶ୍ରୀ ଜେନାଙ୍କୁ କୁମ୍ଭୀର କାମୁଡି ଦେବାରୁ ତାଙ୍କର ଉଭୟ ଗୋଡରେ ଗୁରୁତ୍ତର କ୍ଷତ ହୋଇଥିବା ଦେଖିବାକୁ ମିଳିଛି । ତାଙ୍କୁ ପ୍ରଥମେ ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଅଧିକ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ