ଇଟା ମାଫିଆଙ୍କ ପେଣ୍ଠସ୍ଥଳ ପାଲଟିଛି ଧାମନଗର ବ୍ଲକ

ଧାମନଗର,(ସନ୍ତୋଷ କୁମାର ପ୍ରଧାନ): ସରକାର ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାବେଳେ ଦୂରଦୃଷ୍ଟିର ଅଭାବ ଯୋଗୁଁ ତାହା ସଫଳ ହୋଇପାରୁନାହିଁ । ଯେପରିକି ଇଟାଭାଟି ପୋଡି ଯୋଗୁଁ ବାୟୁମଣ୍ଡଳ ପ୍ରଦୂଷଣ ହେବା ସହ ଜଙ୍ଘଲ ଧ୍ୱଂସ ହେଉଥିବାବେଳେ ସରକାର ଏଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ତାହା ବର୍ତମାନ ଏକ ବ୍ୟବସାୟରେ ପରିଣତ ହେଲାଣି। ଧାମନଗର ତହସିଲି ଅଧୀନରେ ଥିବା ଦଳାଙ୍ଗ, ପଧାନୀ, ସୋହଡା, ମୁସ୍ତଫାପୁର,  ଦୋବଲ, ଖଡିପଦା,ଦେହୁଡ଼ି ଆନନ୍ଦପୁର ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳର ବୈତରଣୀ ଓ ତାହାର ସଖା ଗେଙ୍ଗୁଟି ନଦୀ କୁଳ ଗ୍ରାମର କୋଣ ଅନୁକୋଣରେ ଶହ ଶହ ଇଟାଭାଟି କରାଯାଉଥିବା ଦେଖିବାକୁ ମିଳିଛି । ଖଡ଼ିପଦା ଛକରୁ କାଞ୍ଜିଆପାଳକୁ ସଂଯୋଗ କରୁଥିବା ରାସ୍ତାକଡରେ ଶହ ଶହ ବେପାରୀ ଇଟା ପକାଉଛନ୍ତି । ବିଶେଷ କରି ଦୁଇଟି ମୌଜା ସୁକଦେବ ହୁସେନ ଓ ସୁକଦେଵ ପୁର ସବୁଠାରୁ ଅଧିକ ଇଟା ପୋଡା ଯାଉଥିବା ଅଞ୍ଚଳ । ବୈତରଣୀ ନଦୀରୁ ବାହାରିଥିବା ମଲ୍ଲିମାହାର ଏସକେପ ମୁହାଣରୁ ଇଟା ମାଫିଆ ମାଟି ଉଠାଇ ଇଟା ପକାଯାଉଥିବାବେଳେ କାଞ୍ଜିଆପାଳ ମଠ ମହାରା ଓ କୋରକଦାର କନକେଇ ଏସକେପ ମୁହାଣଟି ଇଟା ମାଫିଆଙ୍କ ପେଣ୍ଠସ୍ଥଳ କହିଲେ ଅତୃକ୍ତି ହେବନାହିଁ। ଉକ୍ତ ଏସକେପ ମୁହାଣରୁ ଇଟା ତିଆରି ପାଇଁ ଡୋଜର ସାହାଯ୍ୟରେ ଶହ ଶହ ଟ୍ରିପ ମାଟି ଉଠାଇବା ଫଳରେ ଦ୍ଵିତୀୟ ଗେଙ୍ଗୁଟି ନଦୀରେ ପରିଣତ ହୋଇଗଲାଣି ।  ଯାହାଦ୍ୱାରା ନଦୀ ପଠା ସହିତ ଏସକେପ ଗୋଡିକ ବିପଦ ସଂକୁଳ ଅବସ୍ଥାରେ ଥିଲେ ମଧ୍ୟ ପ୍ରଶାସନର ଏଥିପ୍ରତି ନିଘା ନାହିଁ । ସେହିପରି କୋଠାର ଦିନାଜପୁର ଓ ଧୁସୁରି ଅଞ୍ଚଳ ମଧ୍ୟ ଇଟା ବେବସାୟ ବଢ଼ିବାରେ ଲାଗିଛି । ତହସିଲଦାର ଓ ତାଙ୍କ କର୍ମଚାରୀ ଏହି ବିଷୟରେ ଅବଗତ ଥାଇ ମଧ୍ୟ ଇଟାମାଫିଆଙ୍କ ଉପରେ କୌଣସି କଯ୍ୟନୁଷ୍ଠାନ ଗ୍ରହଣ କରୁନଥିବା ଓ ପରୋକ୍ଷରେ ଇଟାଭାଟି ମାଲିକଙ୍କୁ ସହଯୋଗ କରୁଥିବା ଅଭିଯୋଗ ହେଉଛି । ରାଜ୍ୟ ସରକାର ଇଟା ପକାଇବା ପାଇଁ ନିୟମ ପ୍ରଣୟନ କରିଥିଲେ ସୁଦ୍ଧା କେବଳ ହାତ ଗଣତି କେତେକ ଇଟା ମାଫିଆ ମାନେ ଏହି ବ୍ୟବସ୍ତାକୁ ଆପଣାଇ ଛନ୍ତି । ଯାହା ଦ୍ୱାରା ନଦୀକୁଳିଆ ଗ୍ରାମକୁ ବିପଦ ସୃଷ୍ଟି କରୁଛି । ଏଥି ପ୍ରତି ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସିଙ୍କ ପକ୍ଷରୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ