ଏଏସଓ ଭାବେ ନିଯୁକ୍ତି ପାଇଲେ ଅଧ୍ୟାପକ ଏ.କେ.ସାହୁ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ କଲେଜର ଅର୍ଥନୀତି ବିଭାଗ ଅଧ୍ୟାପକ ଅଜୟ କୁମାର ସାହୁ, ତାଲିମ ପାଇ ଫେରିଆସି ଅକ୍ଟୋବର ୨୬ ତାରିଖ ଦିନ ମହାବିଦ୍ୟାଳୟରେ ଆସୋସିଏଟ ଏନ.ସି.ସି. ଅଫିସର ଭାବେ ନିଯୁକ୍ତି ପାଇଛନ୍ତି। ଅଧ୍ୟାପକ ଶ୍ରୀ ସାହୁ ଗତ ଅଗଷ୍ଟ ୧ ତାରିଖ ଠାରୁ ଅକ୍ଟୋବର ୨୨ ତାରିଖ ପର୍ଯ୍ୟନ୍ତ ପ୍ରାୟ ତିନି ମାସ ସମୟ ପାଇଁ ମହାରାଷ୍ଟ୍ର ରାଜ୍ୟର ନାଗପୁର ଜିଲ୍ଲା ଅନ୍ତର୍ଗତ କାମଟି କମାଣ୍ଡିଂ ଅଫିସରେ ସମର ଶିକ୍ଷାର୍ଥୀ ବାହିନୀ( ଏନସିସି )ର ଅଧିକାରୀ ଭାବେ ସଫଳତାର ସହ ତାଲିମ ଶେଷ କରିଥିଲେ। ସେଠାରୁ ଆସୋସିଏଟ ଏନ.ସି.ସି. ଅଫିସର ଭାବେ ନିଯୁକ୍ତି ପତ୍ର ଗ୍ରହଣ କରି ବୁଗୁଡା ଫେରିଥିଲେ। ଅକ୍ଟୋବର ୨୬ ତାରିଖ ଦିନ ଅଧ୍ୟାପକ ଅଜୟ କୁମାର ସାହୁ ପିପୁଲସ କଲେଜରେ ପହଞ୍ଚି ଅଧ୍ୟକ୍ଷ ରଜନୀକାନ୍ତ ଦାଶଙ୍କୁ ଏ.ଏନ.ଓ. ପ୍ରମାଣ ପତ୍ର ଦାଖଲ କରି କାର୍ଯ୍ୟରେ ଯୋଗଦେଇଥିଲେ। ଶ୍ରୀ ସାହୁ ଏ.ଏନ.ଓ. ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରିନ୍ସପାଲ ଶ୍ରୀ ଦାଶ ସ୍ୱାଗତ ଜଣାଇଥିଲେ। ସମର ଶିକ୍ଷାର୍ଥୀ ବାହିନୀ କ୍ୟାଡ଼େଟ ବୃନ୍ଦ ନିଜର ଅଧ୍ୟାପକ ତଥା ଅଫିସରଙ୍କୁ ସଲାମୀ ସହ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସେହିପରି ଅର୍ଥନୀତି ବିଭାଗ ଛାତ୍ରଛାତ୍ରୀ ବୃନ୍ଦ ନିଜ ବିଭାଗର ଅଧ୍ୟାପକ ଶ୍ରୀ ସାହୁ ଏ.ଏନ.ଓ. ଭାବେ ନିଯୁକ୍ତି ପାଇଥିବା ଯୋଗୁଁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ