କେନ୍ଦ୍ରର କୃଷିବିଲ ସମର୍ଥନରେ ଜିଲ୍ଲା ବିଜେପିର ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କୃଷିକ୍ଷେତ୍ରରେ ସ୍ୱଛତା ଓ ଚାଷୀମାନଙ୍କ ହିତ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା କୃଷି ସମ୍ପର୍କିତ ୩ଟି ଅଧ୍ୟାଦେଶକୁ ସମର୍ଥନ ଜଣାଇ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଦୁହୁରିଆସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରତିନିଧି ରୂପେ ତପନ କୁମାର ବେହେରା ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି କୃଷିବିଲ ଏକ ଐତିହାସିକ ନିଷ୍ପତ୍ତି ବୋଲି କହିଥିଲେ । କୃଷି କ୍ଷେତ୍ରରେ ଡିଲର, ମିଲର ଓ ଦଲାଲମାନଙ୍କ ପ୍ରାର୍ଦୁଭାବ ତଥା କୃଷକ ଶୋଷଣ ବିରୋଧରେ ଏହା ଅତ୍ୟନ୍ତ ଉପଯୋଗୀ ଏବଂ ଭାରତର କୃଷକ ତା’ର ଉତ୍ପାଦର ସଠିକ ମୁଲ୍ୟ ଏହାଦ୍ୱାରା ସହଜରେ ପାଇପାରିବ ବୋଲି କହିଥିଲେ । ଦେଶରେ କଂଗ୍ରେସ ଓ କମ୍ୟୁନିଷ୍ଟମାନଙ୍କ ଦ୍ୱାରା ଭ୍ରମାତ୍ମକ ତଥ୍ୟ ଦେଇ କୃଷକମାନଙ୍କୁ ଆନ୍ଦୋଳନ ପାଇଁ ଯେଉଁ ଯୋଜନା ଚଳାଇଛନ୍ତି ତାହା କେବଳ ବିରୋଧୀମାନଙ୍କ ରାଜନୈତିକ ଆକ୍ରୋଶ । ଅନେକ ଦଶନ୍ଧି ଧରି ଚଳିଆସୁଥିବା କୃଷି ନୀତି କୃଷକ ବିରୋଧୀ ତଥା କିଛି ମୁଷ୍ଟିମେୟ ଦଲାଲ ଓ ମିଲମାଲିକଙ୍କୁ ସୁହାଉଥିଲା ବୋଲି ବକ୍ତବ୍ୟ ରଖିଥିଲେ । ରାଜନଗରର ପୂର୍ବତନ ବିଧାୟକ ଅଲେଖ କୁମାର ଜେନା ଯୋଗଦେଇ କେନ୍ଦ୍ର ସରକାର ଓଡିଶାର ମଣ୍ଡି ଗୁଡିକ ଚଳାଇବା ପାଇଁ ୧୮ହଜାର କୋଟିଟଙ୍କା ପ୍ରଦାନ କରିସାରିଥିଲେ ମଧ୍ୟ ରାଜ୍ୟର ୭୫ପ୍ରତିଶତ ମଣ୍ଡି ଏପର୍ଯ୍ୟନ୍ତ ଖୋଲିନଥିବା କହିଥିଲେ । ଅପରପକ୍ଷରେ ରାଜ୍ୟର ମଣ୍ଡିରେ ସମସ୍ତ ଚାଷୀଙ୍କୁ ନିଜ ଉତ୍ପାଦ ବିକ୍ରୀ କରିବାର ସୁଯୋଗ ନଥିବା ସହ ମଣ୍ଡିରେ କୃଷକଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଉପଲବ୍ଧ ନଥିବାରୁ ବହୁ ଚାଷୀ ମଣ୍ଡିରୁ ବିମୁଖ ହୋଇ ଧାନ ଅଭାବି ବିକ୍ରୀର ସମ୍ମୁଖୀନ ହେଉଥିବା ବକ୍ତବ୍ୟ ରଖିଥିଲେ । ଜିଲ୍ଲା ସଭାପତି ଶ୍ରୀ ପଣ୍ଡା କହିଥିଲେ ଯେ ପ୍ରଧାନମନ୍ତ୍ରୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୩୧୦ଟଙ୍କାରୁ ବଢାଇ ୧୮୬୮ ଟଙ୍କା କରିଛନ୍ତି । ଯାହାଦ୍ୱାରା ଆଗାମୀ ୨୦୨୨ମସିହା ସୁଦ୍ଧା କୃଷକଙ୍କ ରୋଜଗାର ଦ୍ୱିଗୁଣିତ ହେବାର ପ୍ରତିଶୃତିକୁ ପୁରଣ ହେବାରେ ସହାୟକ ହେବ । କଂଗ୍ରେସ ଓ କମ୍ୟୁନିଷ୍ଟର ଭଳି ବିରୋଧୀଦଳର ଏହି ବିୁଲ ବିରୋଧରେ ଆନ୍ଦୋଳନ ଜନବିରୋଧୀ ତଥା ଦିଶାହୀନ ପଦକ୍ଷେପ । ରାଜ୍ୟର ବିଜେଡି ସରକାର ମଧ୍ୟ ଚାଷୀଙ୍କ ଉନ୍ନତି ପାଇଁ କିଛି କରିନାହାନ୍ତି । ତେଣୁ ଆଗାମୀ ଦିନରେ ବିଜେପି ପକ୍ଷରୁ ଜିଲ୍ଲାର ୧୧୬ଟି ମଣ୍ଡିକୁ ଯାଇ କୃଷକମେଳି ସହ ଆନ୍ଦୋଳନ କରାଯିବ । ଏହି ସମ୍ମିଳନୀରେ ସୁନାକର ବେହେରା, ଭକ୍ତବନ୍ଧୁ ମିଶ୍ର, ନେହେରୁ ସାହୁ, ଉପିନ କୁମାର ରାଉତ, ବୀକ୍ରମ ରାଉତରାୟ, ସରୋଜକାନ୍ତ ନାୟକ, ଅଭିମନ୍ୟୁ ଗୋଛାୟତ, ସୁନାକର ପ୍ରଧାନ, ରଞ୍ଜିତ ଆଚାର୍ଯ୍ୟ, ଦୀଲ୍ଲୀପ ଦାଶ, ମୁକ୍ତିକାନ୍ତ ସ୍ୱାଇଁ, ବିନ୍ଦୁ ସାଗର ଦାସ, ରତିରଞ୍ଜନ ଜେନା, ଗୋପାଳ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ