ଶ୍ରୀବଳଦେବଜୀଉଙ୍କ ମନ୍ଦିର ସାଧାରଣ ଦର୍ଶନ ପାଇଁ ଖୋଲିବାବୁ ଜନଶକ୍ତି ପାର୍ଟିର ଦାବୀ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ତୁଳସୀକ୍ଷେତ୍ରର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ସାଧାରଣ ଭକ୍ତଙ୍କ ପାଇଁ ଖୋଲାଯିବାକୁ ଜନଶକ୍ତି ପାର୍ଟି ପକ୍ଷରୁ ଦାବୀ କରାଯାଇଛି । ଏହି ଉପଲକ୍ଷେ ଇଛାପୁରରେ ପାର୍ଟିର ନଗର ସଭାପତି ପଣ୍ଡିତ ବିଦ୍ୟାଧର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶ ଯୋଗଦେଇ ଶ୍ରୀଜୀଉଙ୍କ ମନ୍ଦିର ଅବିଳମ୍ବେ ଖୋଲାଯାଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାର ସୁବ୍ୟବସ୍ଥା କରାଯିବାକୁ ଦାବୀ କରିଛନ୍ତି । ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ନିରଞ୍ଜନ ମେକାପ, ଦଳିତସେଲ ଜିଲ୍ଲା ସମ୍ପାଦକ ଅଭିରାମ ସେଠୀ, ଛାତ୍ର ସଭାପତି ଆକାଶ ଗେରୁ, ଯୁବନେତା ଗିରିଜାଶଙ୍କର ଖଟୁଆ, ଅମ୍ବିକା ସେଠୀ, କୈଳାସ ବେହେରା, ରାକେଶ ସାହୁ, ହରି ମିଶ୍ର, ଗୋପିନାଥ ସେଠୀ, ନବକିଶୋର ପ୍ରଧାନ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


