କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ସମୀକ୍ଷା ବୈଠକ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍):କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ କକ୍ଷରେ ଗୁରୁବାର ପୂର୍ବାହ୍ନରେ କେନ୍ଦ୍ରାଚଂଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜସ୍ୱ ଆୟୁକ୍ତ ଶ୍ରୀ ସାମଲ ଜିଲ୍ଲା ସ୍ତରରେ ପୂର୍ବ ବର୍ଷରେ ଅନୁଷ୍ଟିତ ଜନ ଶୁଣାଣି ଶିବିର ଗୁଡିକର ଜିଲ୍ଲାପାଳଙ୍କ ଦ୍ୱାରା ସମୀକ୍ଷା କରାଯିବା, ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ସେମାନଙ୍କ ଅଧିନସ୍ଥ କାର୍ଯ୍ୟାଳୟ ଗୁଡିକ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବା,ଜବରଦଖଲ ମାମଲା ଗୁଡିକର ତୁରନ୍ତ ସମାଧାନ କରାଯିବା,ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନ ଜବରଦଖଲମାମଲା ଗୁଡିକର ଅବିଳମ୍ବେ ସମାଧାନ କରାଯିବା,ବର୍ତ୍ତମାନ ସୁଧା ଜିଲ୍ଲାର ରାଜସ୍ୱ ଆଦାୟ ହାର ୫୦ପ୍ରତିଶତ ହୋଇଥିବାରୁ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା,ହରିଦାସପୁର – ପାରାଦୀପ ରେଳପଥ ନିର୍ମାଣର ଅଗ୍ରଗତି, ଧାନମଣ୍ଡିରେ ଧାନ ସଂଗ୍ରହ,ମମତା ଯୋଜନା ଓ ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ,ସାମାଜିକ ସୁରକ୍ଷା ବିଭାଗର ଭତ୍ତା ଟାର୍ଗେଟ ଫିଲପ,ଜରୁରୀ ବିଭାଗରେ ସହାୟତା ପାଇଁ ଦରଖାସ୍ତ ଗୁଡିକ ପଡି ରହୁଛିକି ନାହିଁ ସେ ସମ୍ପର୍କରେ ବିଷଦ ଭାବରେ ବିଭାଗୀୟ ଅଧିକାରୀମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ସମୀକ୍ଷା କରିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ ଓ ତାର ବିନିଯୋଗ ପ୍ରମାଣପତ୍ର ପ୍ରଦାନରେ ବିଳମ୍ବ ନକରିବାକୁ ନିର୍ଦେଶ ଦେଇଥିଲେ । ହରିଶ୍ଚନ୍ଦ୍ର ଯୋଜନାରେ ଠିକ ସମୟରେ ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ ସମ୍ପର୍କରେ ପରାମର୍ଶ ଦେଇଥିଲେ । କନିକା ତହସିଲରେ ରେକର୍ଡ ସଂଶୋଧନ ଉପରେ ଓ ରାଜସ୍ୱ ଆଦାୟ ଉପରେ ସେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା,ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ,ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର,ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଚିନ୍ମୟୀ ରଥ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଉଦୟ ନାଥ ଜେନା,ଜିଲ୍ଲା ମଙ୍ଗଳ ଅଧିକାରୀ କାଳନ୍ଦି ଚରଣ ଭୋଇ,ବେସାମରିକ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ,ଡେପୁଟୀ କଲେକ୍ଟର(ନିଜାରତ) ବିରଜା ପ୍ରସାଦ ରାଉତରାୟ,ସହକାରୀ ଜିଲ୍ଲାପାଳ ଅଙ୍କିତା ଆନନ୍ଦିତା,ଭରତ ଚନ୍ଦ୍ର ପରିଡା,ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ବାଦଲ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ