କେନ୍ଦ୍ରାପଡାରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ
କେନ୍ଦ୍ରାପଡା, (ଯୁଗାଦ୍ଦ ନ୍ୟୁଜ) : କେନ୍ଦ୍ରାପଡା ପୈାରାଚଂଳର ୧୩ ନମ୍ବର ୱାର୍ଡରେ ବିଜୁ ଜନତା ଦଳର ପ୍ରାଥମିକ ସଭ୍ୟ ସଂଗ୍ରହ ଅଭିଯାନ ବିଜେଡି ରାଜ୍ୟ ଆଇନଜୀବି ସାମୁଖ୍ୟର ସଦସ୍ୟ ସଞ୍ଜୟ କୁମାର ଜେନାଙ୍କ ନେତୃତ୍ୱରେ ଶନିବାର ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକଙ୍କ ପ୍ରତିନିଧି ଶିବ ପ୍ରସାଦ ଭୋଳ, ବରିଷ୍ଠ ଆଇନଜୀବି ଗଗନବିହାରି ଜେନା, ପୂର୍ବତନ କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷ ଅଜୟ କୁମାର ମହାନ୍ତ,ଧିରେନ୍ଦ୍ର କୁମାର ଦାସ ପ୍ରମୁଖ ଯୋଗଦେଇ ଶତାଧିକ ଲୋକଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ଭାବେ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେକ ବାଦଲ,ସେକ କୁନା,ସେକ ଅନମ,ସେକ ଜମି,ନସିର ଖାଁ,ଗୟାସ ଖାଁ,ସେକ ସୋଲି,ସେକ ସୁଲତାନ,ସେକ ଇସୁଫ,ସେକ ଗୋଲାମ ରସୁଲ,ସେକ ବିଜିଲ,ସେକ ଟିନା,ସେକ ହାରୁନ,ସେକ ସପି,ସେକ ସରାଜଉଦ୍ଦିନ,ମଦିନା ବିବି,ନଗମା ବିବି, ହସିନା ବିବି,ସୋରି ବିବି, ରାତୁନା ବିବି, ଗୁଲ ବିବି, ଗ୍ୟାରାତୁନ ବିବି,କୁଲସୁମ ବିବି,ସଞ୍ଜିଦା ବିବି, ସଞ୍ଜି ବିବି,ଗୈାରୀ ବିବି,ପୋଦିନା ବିବି ପ୍ରମୁଖ ଶତାଧିକ ପୁରୁଷ ଓ ମହିଳାମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଜେଡି ଦଳର ପ୍ରାଥମିକ ସଭ୍ୟ ଭାବେ ଦଳରେ ଯୋଗଦେଇଥିଲେ ।


