କେନ୍ଦ୍ରାପଡ଼ା ବ୍ଲକରେ ୭୮.୩୨ ପ୍ରତିଶତ ମତଦାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକରେ ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଏହା ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା । ବିଭିନ୍ନ ମତଦାନ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହିତ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିସହ ବିଭିନ୍ନ ବୁଥରେ ଭ୍ରାମ୍ୟମାଣ ପୋଲିସ ଦଳ ବୁଲୁଥିଲେ । ମତଦାନ ସରିବା ପରେ କେତେକ ସମର୍ଥକ ମତଦାନ କେନ୍ଦ୍ର ଚାରିପଟେ ବୁଲି ମତଦାନ କେନ୍ଦ୍ରରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ପୋଲିସ ବାଡେଇବା ପାଇଁ ଗେ।।ଡାଇବାରୁ ସେମାନେ ମତଦାନ କେନ୍ଦ୍ର ଛାଡି ପଳାୟନ କରିଥିବା ଦେଖିବାକୁ ମିଳଥିଲା । ଫଳରେ ମତଦାନ ଶାନ୍ତି ଶୃଙ୍ଖଳାର ସହ ହୋଇଥିବା ଜଣାପଡିଛି । ମତଦାନ ଶେଷ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କେତେ ପ୍ରତିଶତ ମତଦାନ ହୋଇଛି ସେ ସମ୍ପର୍କରେ ରାତି ୯ଟାରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଥିଲା । କେନ୍ଦ୍ରାପଡ଼ା ବ୍ଲକରେ ୭୮.୩୨ ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ୫ ନମ୍ବର ଜୋନରେ ୭୪.୭୦ ପ୍ରତିଶତ ମତଦାନ ହୋଇଥିବା ବେଳେ ୬ ନମ୍ବର ଜୋନରେ ୭୯. ୬୮ ପ୍ରତିଶତ, ୭ ନମ୍ବର ଜୋନରେ ୭୬.୯୯ ପ୍ରତିଶତ ଓ ୮ ନମ୍ବର ଜୋନରେ ୮୧.୫୨ ପ୍ରତିଶତ ମତଦାନ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବ୍ଲକରେ ସମୁଦାୟ ୧ଲକ୍ଷ୨୮ ହଜାର ୮୧ ମତଦାତାଙ୍କ ମଧ୍ୟରୁ ୧ଲକ୍ଷ ୩୧୪ ପୁରୁଷ ଭୋଟର ମତଦାନ କରିଥିବା ବେଳେ ୪୯ହଜାର ୧୬୫ ମହିଳା ଭୋଟର ମତଦାନ କରିଛନ୍ତି । ଭୋଟ ଦେବା ପାଇଁ ଭୋଟଦାନ କେନ୍ଦ୍ରରେ ସକାଳ ୭ଟାରୁ ଭିଡ଼ ଲାଗି ରହିଥିଲା । ଭୋଟ ଦେବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢିଥିବା ଦେଖାଯାଇଥିଲା । ତେଣୁ ସ୍ୱତଃପୁତ ଭାବେ ଭୋଟ ଦେବା ପାଇଁ ମତଦାତାମାନେ ମତଦାନ କେନ୍ଦ୍ରକୁ ଆସି ଲାଇନ୍ ଲଗାଇଥିଲେ । ଜଣେ ଜଣେ ଭୋଟରଙ୍କୁ ଏକ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା । କାରଣ ଜଣେ ମାତ୍ର ଭୋଟରଙ୍କୁ ମତଦାନ କେନ୍ଦ୍ର ଭିତରକୁ ଛଡା ଯାଉଥିଲା । ସେ ନିଜ ପସନ୍ଦର ୪ଜଣ ପ୍ରାର୍ଥୀଙ୍କୁ ଭୋଟ ଦେଇ ବାଲାଟ ପେପରକୁ ବାଲାଟ ବାକ୍ସରେ ପକାଇବା ପର୍ଯ୍ୟନ୍ତ କାହାରିକୁ ମତଦାନ କେନ୍ଦ୍ର ଭିତରକୁ ଛଡା ଯାଉ ନଥିଲା । ମତଦାନ କେନ୍ଦ୍ରରେ ସେକ୍ଟର ଅଧିକାରୀ, ନିର୍ବାଚନ ପରିଚାଳନା କର୍ମଚାରୀମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଲୋକମାନଙ୍କୁ ନିବେଦନ କରୁଥିଲେ । ଏଥିସହ ଯେଉଁଠାରେ ଟିକେ ବିଶୃଙ୍ଖଳା ହେଉଥିଲା ନିର୍ବାଚନ ପରିଚାଳନା କର୍ମଚାରୀମାନେ ପୋଲିସର ସହାୟତା ନେଉଥିଲେ । ଫଳରେ ମୋଟାମୋଟି ଭାବେ ବିଶେଷ କିଛି ବିଶୃଙ୍ଖଳା ହୋଇ ନଥିଲା । କେବଳ ଓସ୍ତପୁର ପଞ୍ଚାୟତରେ ଉତ୍ତେଜନା ଦେଖାଦେଇଥିବା ସୂଚନା ମିଳିଛି । ଏହି ପଞ୍ଚାୟତର ବୀରସ୍ୱତୀ ଓ ଦେପୁର ଗ୍ରାମରେ ହୋଇଥିବା ମତଦାନ କେନ୍ଦ୍ରରେ ଦୁଇ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନଙ୍କ ମଧ୍ୟରେ ବିଶୃଙ୍ଖଳା ହୋଇଥିଲା । ଜଣେ ସରପଞ୍ଚ ପ୍ରାର୍ଥୀ ରଶ୍ମିରଞ୍ଜନ ରାଉତ ଗଣମାଧ୍ୟମକୁ କହିଛନ୍ତି ଯେ ଶାସକ ଦଳ ସମର୍ଥିିତ ସରପଞ୍ଚ ପ୍ରାର୍ଥୀ ବୁଥ ଜବରଦଖଲ କରିବା ପାଇଁ ବିଶୃଙ୍ଖଳା କରିଥିଲେ । ଏହି ଜୋନରେ ବିଶୃଙ୍ଖଳା ହେବ ବୋଲି ମୁଁ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଜଣାଇଥିଲି । କିନ୍ତୁ ପ୍ରଶାସନ ଏହାକୁ ଧ୍ୟାନ ନ ଦେବାରୁ ଏହି ବିଶୃଙ୍ଖଳା ଉପୁଜିଥିଲା ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ