କୋଣାର୍କ ରେ ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତି
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସ୍ଥିତ ଶ୍ରୀ ଶ୍ରୀ ନରସିଂହ ଦେବ ଦୁର୍ଗା ପୂଜା କମିଟି ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ପାଇଁ ଚୁଡାନ୍ତ ପ୍ରସ୍ତୁତି ବୈଠକ କୋଣାର୍କ ଯାତ୍ରିନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ସୁଶାନ୍ତ କୁମାର ମହାନ୍ତି ବରିଷ୍ଟ ଉପଦେଷ୍ଟା ଗୋପାଳ ଚନ୍ଦ୍ର ବେହେରା, ସୁବାଷ ଚନ୍ଦ୍ର ବେଉରା, ସୁବୋଧ ଖଟୁଆ ଙ୍କ ଅଧ୍ୟକ୍ଷତାରେ କୋଣାର୍କ ଥାନାର ଏସ.ଆଇ ସଂଘମୀତ୍ରା ଚାନ୍ଦ, ଏ.ଏସ.ଆଇ ବନବିହାରି ନାୟକ ଅଗ୍ନିଶମ ବିଭାଗର ଜ୍ୟୋତି ପ୍ରକାଶ ରଥ, ସମାଜସେବୀ ରାମକୃଷ୍ଣ ମହାନ୍ତି, ସମ୍ପାଦକ ନଟବର ମହାରଣା, କୋଷାଧ୍ୟକ୍ଷ ବିରବର ସ୍ବାଇଁ, ସମେତ ପୂଜା କମିଟି ର ସମସ୍ତ ସଦସ୍ୟ ଓ କୋଣାର୍କ ର ସମସ୍ତ ଗଣମାଧ୍ୟମ ର ପ୍ରତିନିଧି ଯୋଗ ଦେଇଥିବା ଦେଖିବାକୁ ମିଳିଛି। ଉକ୍ତ ବୈଠକରେ ଚଳିତ ବର୍ଷ କୋଣାର୍କରେ ଅନୁଷ୍ଠିତ ହେଉଥିବା ଶାରଦୀୟ ଦୁର୍ଗାପୂଜା ସମୟରେ କିପରି ଶ୍ରଦ୍ଧାଳୁ ଭକ୍ତମାନେ ଆସି ମା ଙ୍କୁ ଅତି ସୁନ୍ଦର ଭାବରେ ଦର୍ଶନ କରିବା ପାଇଁ ଟ୍ରାଫିକ ବ୍ୟବସ୍ଥା କୁ କଡାକଡି କରାଯିବା ସହିତ ଚଳିତ ବର୍ଷ ବିଶେଷ ଭାବରେ ଭଜନ ଓ ଲୋକନୃତ୍ୟ ଭାବରେ ଘୋଡା ନାଚ ପରିବେଷଣ କରାଯିବା ପାଇଁ ପୂଜା କମିଟି ତରଫରୁ ନିଷ୍ପତ୍ତି ନିଆ ଯାଇଛି । ଆସନ୍ତା ଶୁକ୍ରବାର ଦିନ ମା ଙ୍କ ର ପାଣି ତୋଳା , ଶନିବାର ଚକ୍ଷୁ ଦାନ, ରବିବାର ଦିନ ମହାଷ୍ଟମୀ ରେ ସନ୍ଧି ପୂଜା ସହିତ ଘଣ୍ଟ ମାର୍ଦଳ ପଞ୍ଜାବୀ ବାଜା ବଜାଇ ମାହା ଆଡମ୍ବରରେ ମା ଙ୍କ ଭସାଣି କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା ରହିଛି ।