କୋଭିଡ ଆତଙ୍କର ୨ ବର୍ଷ ପରେ ଅଷ୍ଟମ ଶ୍ରେଣୀ କ୍ଲାସ ଖୋଲିଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାରେ ଥିବା ସମସ୍ତ ୮ମ ଶ୍ରେଣୀ ବିଦ୍ୟାଳୟ ତଥା କ୍ଲାସ ଗତକାଲିି ଠାରୁ ଆରମ୍ଭ ହୋଇଥିବାର ଜଣାପଡିଛି । କୋଭିଡ୍ କଟକଣା ଯୋଗୁଁ ସରକାର ଓ ପ୍ରଶାସନର ନିର୍ଦ୍ଦେଶ କ୍ରମେ ବହୁ ଦିନ ବ୍ୟବଧାନରେ କ୍ଲାସ ଆରମ୍ଭ ହୋଇଥିବାରୁ ଛାତ୍ର ଛାତ୍ରୀମାନଙ୍କ ମହଲରେ ଉତ୍ସାହ ଓ ଆନନ୍ଦର ଲହରୀ ଖେଳିଯାଇଛି । ପାରଳାଖେମୁଣ୍ଡି ସହରର ଏମ୍ଆଇବିଏଚ୍ ବିଦ୍ୟାଳୟ, ଏମ୍ଆର୍ଜିଏଚ୍ ବିଦ୍ୟାଳୟ, ମହେନ୍ଦ୍ରଗିରି ସରକାରୀ ପୌର ଉଚ୍ଚ ବିଦ୍ୟାଳୟ ଆଦି ସମତେ ଜିଲ୍ଲାର ବିଭିନ୍ନ ବ୍ଲକ ତଥା ପଞ୍ଚାୟତରେ ଥିବା ବିଦ୍ୟାଳୟର ୮ମ ଶ୍ରେଣୀରେ ପାଠପଢା ଆରମ୍ଭ ହୋଇଯାଇଛି । ବିଦ୍ୟାଳୟ ତଥା କ୍ଲାସ ରୁମ୍କୁ ଯିବା ପୂର୍ବରୁ ସାନିଟାଇଜେସନ ବ୍ୟବସ୍ଥା କରାଯାଇଥିବା ବେଳେ ଶ୍ରେଣୀ ଗୃହଗୁଡିକରେ ବସିବା ନିମନ୍ତେ ସାମାଜିକ ଦୂରତା ଅବଲମ୍ବନ କରାଯାଇଥିବାର ଦେଖାଯାଇଥିଲା । ଏନେଇ ଛାତ୍ରଛାତ୍ରୀମାନେ କହିଛନ୍ତି ଯେ, ଦୀର୍ଘ ଦିନ ବ୍ୟବଧାନରେ ଏପରି ପାଠ ପଢୁଥିବାକୁ ନେଇ କିଛିଟା ନୂଆ ନୂଆ ଲାଗୁଥିଲେ ବି ଶିକ୍ଷକ ଶିକ୍ଷୟତ୍ରୀଙ୍କ ଶିକ୍ଷାଦାନ ପୂର୍ବପରି ରହିଛି । ବୁଝା ନପଡିଲେ ପୁନଃର୍ବାର ପଚାରି ବୁଝୁଅଛି । ତେବେ ପୂର୍ବପରି ସ୍କୁଲ ପରିସରକୁ ଆସିଥିବା ଏବଂ ପଢିବା ଯୋଗୁଁ ବେସ୍ ଆନନ୍ଦଦାୟକ ବୋଲି କହିଛନ୍ତି ।


