କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲା ଗଂଜାମ ପୋଲିସ

ଛତ୍ରପୁର, (ଓ୍ବାଇଏନ୍ଏସ୍) : କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଗଂଜାମ ପୁଲିସ ଜିଲ୍ଲା ପକ୍ଷରୁ ସ୍ଥାନୀୟ ପୁଲିସ ପଡିଆ ଠାରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଂଜାମ ଏସପି ବ୍ରିଜେଶ କୁମାର ରାୟ , ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଡିଏସପି ଉତ୍କଳ କେଶରୀ ଦାଶ, ଡିଏସପି ଅଜୟ କୁମାର ମିଶ୍ର, ଡିଏସପି ଏସ.ପ୍ରଧାନ, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ମାନସ ରଂଜନ ମହାନ୍ତି, ରିଜର୍ଭ ଇନିସପେକ୍ଟର ଗଙ୍ଗାଧର ଧାଙ୍ଗର, ଏ.ରାବଣା ରାଓ, ପୁଲିସ ଅଧିକାରୀ, କର୍ମଚାରୀଙ୍କ ସମେତ ଜନସାଧାରଣ ସାମିଲ ହୋଇ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ । ଏହାସହ ଏହି ଅବସରରେ ଯୋଦ୍ଧା ମାନଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଏସପି ଶ୍ରୀପାତ୍ର, ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନଆଚାର୍ଯ୍ୟ ରବିନ୍ଦ୍ର ଦାଶଙ୍କ ସମେତ ବହୁ ଭଦ୍ର ବ୍ୟକ୍ତି ମାନେ ବ୍ୟକ୍ତବ୍ୟ ରଖି ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ