କ୍ୟୁରେସିମହଲା କଂଟେନମେଂଟ ଜୋନ ଭାବେ ଆଉ ୪୮ଘଂଟା ବୃଦ୍ଧି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ୧୫ନମ୍ବର ୱାର୍ଡର ଦିଲାରପୁର ସାମିଲ କ୍ୟୁରେସିମହଲାରୁ ଜଣେ କରୋନା ପଜିଟିଭ ବାହାରିବା ପରେ ସଂପୃକ୍ତ ଅଚଂଳକୁ ସିଲ କରି ଦିଆଯିବା ସହ ସମ୍ପୂର୍ଣ୍ଣ ଅଚଂଳକୁ ପ୍ରଶାସନ ପକ୍ଷରୁ ଗତ ଶନିବାର ନିଷିଦ୍ଧାଚଂଳ ଭାବେ ଘୋଷଣା କରାଯାଇଥିଲା । ଏହି ଅଚଂଳରୁ ଜଣେ ୨୪ବର୍ଷ ବୟଷ୍କ ଯୁବକଙ୍କ ଠାରେ କରୋନା ପଜିଟିଭ ବାହାରିବାରୁ ତାଙ୍କୁ ଛତା କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ପଠାଯାଇଥିଲା । ସଂପୃକ୍ତ ଅଚଂଳକୁ ସିଲ କରି ସାନିଟାଇଜ କରାଯାଇଛି । ସେହି କ୍ୟୁରେସି ମହଲାକୁ ଆଉ ୪୮ଘଂଟା ପାଇଁ ନିଷିଦ୍ଧାଚଂଳ ଭାବେ ପ୍ରଶାସନ ପକ୍ଷରୁ ଆଜି ଘୋଷଣା କରାଯାଇଥିବା ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ସୂଚନା ଦେଇଛନ୍ତି । ସେହି ଅଚଂଳକୁ ନିଷାଦ୍ଧାଚଂଳ ଭାବେ ପ୍ରଶାସନ ଦ୍ୱାରା ଆଉ ୪୮ ଘଂଟା ପର୍ଯ୍ୟନ୍ତ ଘୋଷଣା କରାଯାଇଥିବାରୁ ସେହି ଅଚଂଳକୁ ବାହାରୁ କେହି ଯାଇପାରିବେ ନାହିଁ କି ସେହି ଅଚଂଳରୁ ବାହାରକୁ କେହି ବାହାରିପାରିବେ ନାହିଁ ବୋଲି ମାଇକ ଯୋଗେ ଘୋଷଣା କରାଯାଇଛି ।


