ଆଉ ନାହାନ୍ତି ବିଜୟ ମହାନ୍ତି
ବ୍ରହ୍ମପୁର, (ଅନିଲ କୁମାର):ପିଲ୍ମ ଦୁନିଆରେ ବିଜୟ ଲାଭ କରିଥିବା ବିଜୟ ମହାନ୍ତି ଜୀବନ ଲଢେଇରେ ହାରିଯାଇଛନ୍ତି। ଦୀର୍ଘ ୪ ଦଶନ୍ଧି ଧରି ଓଡ଼ିଆ ସିନେ ପ୍ରେମୀଙ୍କ ମନରେ ରାଜ କରିଥିବା ବିଜୟ ଆଜି ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି। ସଂନ୍ଧ୍ୟାରେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଶତାଧିକ ଓଡ଼ିଆ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ସିନେ ପ୍ରେମୀଙ୍କ ମନରେ ଘର କରିଥିବା ବିଜୟ ମହାନ୍ତି, ୧୯୫୦ ମସିହା ଏପ୍ରିଲ ୮ ତାରିଖରେ କେନ୍ଦ୍ରାପଡ଼ା ପାଣ୍ଡିରିରେ ଜନ୍ମଗ୍ରହଣ କରିଥିଲେ। ମୟୂରଭଞ୍ଜ ବାରିପଦାରେ କଟିଥିଲା ତାଙ୍କ ଶୈଶବ। କଳାରେ ସ୍ନାତକ ପରେ ସେ ଅଭିନୟ ପ୍ରତି ଆଗ୍ରହୀ ହୋଇ ଦିଲ୍ଲୀ ସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ଭର୍ତ୍ତି ହୋଇଥିଲା।ନାସିରୁଦ୍ଦିନ ଶାହା, ରାଜ୍ ବବ୍ବର ଏବଂ ଓମ୍ ପୁରୀ ଥିଲେ ତାଙ୍କ ସହପାଠୀ। ଓଡ଼ିଆ ଚଳଚ୍ଚିତ୍ରରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା। ୧୯୭୭ର ଫିଲ୍ମ ଚିଲିକା ତୀରେରୁ ଏଥିପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହାପରେ ନାଗଫାଶ, ସମୟ ବଡ଼ ବଳବାନ, ଦଣ୍ଡା ବାଳୁଙ୍ଗା, ସହରୀ ବାଘ, ଚକା ଭଉଁରୀ, ଚକାଆଖି ସବୁ ଦେଖୁଛି ଆଦି ଚଳଚ୍ଚିତ୍ରରେ ଅଭିନୟ କରି ବିପୁଳ ପ୍ରଶଂସା ସାଉଁଟିଥିଲେ।ରୂପେଲି ପରଦାରେ ଅଲ୍ରାଉଣ୍ଡର୍ ଥିଲେ ବିଜୟ ହିରୋ, ଭିଲେନ୍, କମେଡି, କ୍ୟାରେକ୍ଟର ରୋଲ୍,


