ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ ; ପରେଶ ସଭାପତି,ଅଶେଷ ସମ୍ପାଦକ ଭାବେ ନିର୍ବାଚିତ

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ସଭାପତି ଭାବେ ପରେଶ ଚନ୍ଦ୍ର ରଥ ,ଉପ ସଭାପତି – ରଞ୍ଜନ କୁମାର ବେହେରା ,ସମ୍ପାଦକ – ଅଶେଷ ନାଥ ମିଶ୍ର,ସହ ସମ୍ପାଦକ – ଗିରିଜା ନନ୍ଦନ ମେକାପ ଏବଂ କୋଷାଧ୍ୟକ୍ଷ ରୂପେ ମନୋରଞ୍ଜନ ପଣ୍ଡା  ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି । ଓକିଲ ସଂଘର ନିର୍ବାଚନ ନିମନ୍ତେ ବୁଧବାର ନାମାଙ୍କନ ଦାଖଲର ଶେଷ ଦିବସରେ ଉପରୋକ୍ତ ପଦବୀ ନିମନ୍ତେ ଜଣେ ଲେଖାଏଁ ମନୋନୟନ ପତ୍ର ଦାଖଲ କରିଥିବାରୁ ସେମାନେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ବେଳେ ନିର୍ଦ୍ଧାରିତ ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ ଡିସେମ୍ବର ୧୨ ତାରିଖରେ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବି ପ୍ରଭାକର ରାଉତ ଜଣାଇଛନ୍ତି । ରାଜ୍ୟ ବାର କାଉନସିଲ ର ନିର୍ଦ୍ଦେଶକ୍ରମେ ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ ଅଧିକାରୀ ଗତ ୧୮ ତାରିଖରେ ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିଥିଲେ। ୨୪ ଓ ୨୫ ତାରିଖରେ ଓକିଲ ସଂଘର ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନ ଦାଖଲ ପାଇଁ ବିଜ୍ଞପ୍ତି ରେ ଉଲ୍ଲେଖ ଥିଲା । ବିଭିନ୍ନ ପଦବୀ ନିମନ୍ତେ ଜଣେ ଲେଖାଏଁ ଓକିଲ ସଂଘ ସଦସ୍ୟ ନାମାଙ୍କନ ଦାଖଲ କରିଥିବାରୁ ସେମାନେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ