ଖେଳିବାକୁ ଜାଗା ନାହିଁ , ଷ୍ଟାଡିୟମ ସଫା କଲେ ଛାତ୍ରଛାତ୍ରୀ

ସୋରଡ଼ା, (ରଜନୀକାନ୍ତ ମହାପାତ୍ର):ସୋରଡା ମିନି ଷ୍ଟାଡିୟମ ରେ କଣ୍ଟାପିଢା ଯାତ୍ରା ଉପଲକ୍ଷେ ରାମଦୋଳି ଓ ଅନ୍ୟାନ ବଜାରର ଆୟୋଜନ ଯୋଗୁଁ ଷ୍ଟାଡିୟମ ର ବ୍ୟାପକ କ୍ଷୟକ୍ଷତି ହୋଇଥିଲା।ପୁନର୍ବାର ଖେଳ ଉପଯୋଗୀ କରିବା ପାଇଁ ସୋରଡା ଋଷିକୁଲ୍ୟା କ୍ରିକେଟ କ୍ଲବ ତରଫରୁ ରାଜ୍ୟ କ୍ରିଡାମନ୍ତ୍ରୀ ସମେତ ଜିଲ୍ଲା ପ୍ରଶାସନ କୁ ଅନୁରୋଧ କରଯାଇଥିଲା। ହେଲେ ପରିଣାମ କିଛି ମିଳିଲାନି। ସମସ୍ତେ ଏହି ଘଟଣା କୁ ଅଣଦେଖା କରି ଚୁପ ବସିଲେ। ଏବେ ଖେଳ ସମୟ। ଋଷିକୁଲ୍ୟା କ୍ରିକେଟ କ୍ଲବ ସଦସ୍ୟ ମାନେ ଏହା କୁ ପୁନର୍ବାର ଖେଳ ଉପଯୋଗୀ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏବେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ମାନେ ମଧ୍ୟ ସଫା କରିବାରେ ଲାଗିଛନ୍ତି। ଆଉ ଗୋଟିଏ ଦିନ ପରେ ବାର୍ଷିକ କ୍ରିଡା ଆରମ୍ଭ ହେବ। ଖେଳିବା ପାଇଁ ଜାଗା ଟିକେ ନାହି। ଗୋଟିଏ ମାତ୍ର ଷ୍ଟାଡିୟମ ବିଦ୍ୟାଳୟ ପାଖରେ ରହିଛି। ଆଉ ଷ୍ଟାଡିୟମ ଟି ରାମଦୋଳି ଯୋଗୁଁ ସଂପୂର୍ଣ୍ଣ ନଷ୍ଟ ହୋଇଛି। ଚାରିଆଡେ ଖାଲ ଖମା କୁ ମାଳ ମାଳ ଅଳିଆ। ଷ୍ଟାଡିୟମ ଟି ସଫା ନ କଲେ ବାର୍ଷିକ କ୍ରିଡା ହେବା ସମ୍ଭବ ନୁହ। ଏପରି ଅବସ୍ଥା ରେ ଆଜି ଛାତ୍ରଛାତ୍ରୀ ମାନେ ନିଜେ ପଡିଆ ସଫା କରି ଖେଳିବା ପାଇଁ ଚେଷ୍ଟା କରିଛନ୍ତି।କିଏ ଅଳିଆ ଫିଙ୍ଗୁଥିଲା ତହ କିଏ ଅଳିଆ କୁ ପୋଡି ନଷ୍ଟ କରୁଥିଲା। କିଏ ପଥର ଗୋଟେଇ ଫୋପଡୁଥିଲା ତହ କିଏ ହାତ ରେ କୋଡି ଧରି ସମତଳ କରୁଥିଲା। ସଭି ଙ୍କ ଗୋଟିଏ ଲକ୍ଷ, ବାର୍ଷିକ କ୍ରିଡା ରେ ଟିକିଏ ଖେଳିବୁ। ହେଲେ ଏହିପରି ଖାଲଖମା ପଡିଆ ରେ ଖେଳିବେ ବା କିପରି। ଶେଷ ରେ ନିଜେ କୋଡି ଧରି ବାହାରିଲେ ଆଉ ଷ୍ଟାଡିୟମ କୁ ସଫା କଲେ। ଗତ କିଛି ଦିନ ତଳେ କ୍ରିକେଟ କ୍ଲବ ର ଅନୁରୋଧ କ୍ରମେ ଏନ ଏ ସି ତରଫରୁ ପଡିଆ କୁ କିଛି ସଫା କରଯାଇଥିଲା। କିନ୍ତୁ ସଫା ହେଲେ ମଧ୍ୟ ଖେଳିବା ଯୋଗ୍ୟ ନୁହଁ ଏହି ପଡିଆ। ରାମଦୋଳି ଯୋଗୁଁ ଷ୍ଟାଡିୟମ ଟି ବ୍ୟାପକ ନଷ୍ଟ ହୋଇଛି। ୩ ମାସ ହେଲେ ହେଁ ଏହା ର ସମତଳି କରଣ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ଏହି ପରି ସ୍ଥିତି ରେ କ୍ରିଡା ର କଣ ଭବିଷ୍ୟତ ତାହା ସ୍ପଷ୍ଟ ଜଣା ପଡୁଛି।ଛାତ୍ର ଛାତ୍ରୀ ଙ୍କ ଏହି ଉଦ୍ୟମ କୁ ସମସ୍ତେ ପ୍ରଶଂସା କରିଛନ୍ତି ଏବଂ ଅନ୍ୟପଟେ କିଛି ପ୍ରଶ୍ନ ମଧ୍ୟ ଉଠିଛି। ଏଠାରେ କ୍ରିଡା ପ୍ରତି ଅଧିକ ସଚେତନ କିଏ? ପ୍ରଶାସନିକ ଅଧିକାରି ଯେଉଁ ମାନେ ଏଠାରେ ରାମଦୋଳି ପାଇଁ ଅନୁମତି ଦେଇଥିଲେ ନା ଏହି ଛାତ୍ର ଛାତ୍ରୀ ମାନେ ଯେଉଁ ମାନେ ଏବେ କ୍ରିଡା ଉତ୍ସବ ପାଇଁ ପଡିଆ ସଫେଇ କରୁଛନ୍ତି। ଯାତ୍ରା ସାରିଲା, ରାମ ଦୋଳି ଚାଲିଗଲା, ଅବହେଳିତ ରହିଗଲା ଷ୍ଟାଡିୟମ। ଆପଣ ନିଷ୍ପତି ନିଅନ୍ତୁ ଏଇଠି କିଏ ଅଧିକ ସଚେତେନା

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ