ଖ୍ରୀଷ୍ଟଧର୍ମାମ୍ବଲମ୍ବି ଆର୍ଚ୍ଚ ବିଶପ ଯୋହନଙ୍କୁ ଭେଟି ଦାବୀ ପତ୍ର ଦେଇପାରିଲେନି;ସମସ୍ତଙ୍କ ମଧ୍ୟରେ କ୍ଷୋଭ,ଆଗାମି ଦିନରେ ଆନ୍ଦୋଳନ ପାଇଁ ଚେତାବନି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କଟକ,ଭରନେଶ୍ୱର ଆର୍ଚ୍ଚ ଡାୟସିସର କାଥଲିକ ବିଶ୍ୱାସୀବୃନ୍ଦ ଆଜି ବାଲିଗୁଡାର ଏସଟି ଜୋହନଓ ସ୍କୁଲର ଉଦଗାଟନୀ ସମାରୋହରେ ମୁଖ୍ୟ ଅତିଥୀ ଭାବେ ଆସିଥିବା ଆର୍ଚ୍ଚ ବିଶପ ଯୋହନ ବାରୁଆଙ୍କୁ ସାକ୍ଷାତ କରିବାକୁ ଚାହିଁଥିଲେ ସୁଧା କରିପାରିନଥିଲେ । ଏହି ମାନେ ନିଜ ନିଜ ଭିତରେ ଥିବା ଆନେକ ସମସ୍ୟାକୁ ବିଶପଙ୍କ ନିକଟରେ ଉପସ୍ଥାପନା କରିବାରେ ଚେଷ୍ଟା କରିବାରେ ବିଫଳ ହୋଇଛନ୍ତି । ବିଶପଙଯକୁ ଭେଟିବା ପାଇଁ ଓ ଦାବୀ ପତ୍ର ଦେବା ପାଇଁ କନ୍ଧମାଳ ଜିଲ୍ଲାର କୋଣ ଅଣୁକୋଣରୁ ଖ୍ରୀଷ୍ଟଧର୍ମାମ୍ବଲମ୍ବନୀ ଆସିଥିଲେ । କିନ୍ତୁ ତାଙ୍କୁ ଭେଟିବାର ସୁଯୋଗ ନମିଳିବାରୁ ସେମାନେ ତାଙ୍କ ତରଫରୁ ଏକ ଟିମ | ଭେଟିଥିଲେ ଓ ସେମାନଙ୍କ ଲିଖିତ ଦାବୀ ପତ୍ରକୁ ସେମାନେ ଯୋହନ ବାରୁଆଙ୍କୁ ଦେଇ ଦେବେ ବୋଲି କହିଥିଲେ । ଏହାପରେ ଭେଟିବାକୁ ଆସିଥିବା ବୂକ୍ତିମାନେ ତାଙ୍କୁ ଦାବୀ ପତ୍ର ଦେଇ ନିରାଶ ରେ ଫେରିଥିଲେ । ଏହି ବ୍ୟକ୍ତିମାନେ ଏକ ଲିଫଲ୍ୟାଟ କରି କରି ବଣ୍ଟନ କରିଥିଲେ । ଏହି ଲିଫଲେଟ ଓ ଦାବୀ ପତ୍ରରେ ୨୫ ଗୋଟି ଦାବୀ ଉଲ୍ଲେଖ ରହିଅଛି । ସେଗୁଡିକ ହେଲା ଆର୍ଚ୍ଚ ବିଶପ ଯୋହନ ବାରୁଆ ଉତର ଦେବେକି ? ବର୍ଷ ବର୍ଷ ଧରି ଧର୍ମାଂଚଳ ପରିଦର୍ଶନ ନକରି ଶହଶହ ବିଶ୍ୱାସୀଙ୍କୁ ଦୃଢୀକରଣ ସଂସ୍କାରରୁ ବଂଚିତ କରୁଛନ୍ତି କାହିଁକି ? ଇିଶ୍ୱାସୀ ମାନଙ୍କର ଆଧ୍ୟାତ୍ମିକତା ,ସାମାଜିକ ଓ ଆର୍ଥିକ ଉନ୍ନତିରେ ଅବହେଳ କରାଯାଇଛି କାହିଁକି ?ବିଶପଙ୍କ ବାସସ୍ଥଳୀରେ କର୍ମଜୀବି ମହିଳାଙ୍କୁ ଅସଦାଚରଣ କରାଯାଇଛି କାହିଁକି ।କନ୍ଧମାଳର ଧର୍ମହିଂସା ଘଟଣାରେ ପିଡିତାଙ୍କ ସହାୟତା ଧନରାଶି ହଡପ କରାଗଲା କାହିଁକି?ବହୁବର୍ଷଧରି କଲେଜ ଛାତ୍ରବୃତି ଦିଆଯାଇନାହିଁ କାହିଁକି ? ବିଶ୍ୱାସୀଙ୍କ ନିମନ୍ତେ ଆଇନଗତ ସହାୟତା ଓ ପ୍ରଶିକ୍ଷଣ ନାମରେ ଟଙ୍କା ଆଣି ଦାରିଙ୍ଗବାଡିରେ ହୋଟେଲ ତିଆରି କରାଗଲା କାହିଁକି ,ଗରୀବ ଛାତ୍ରଛାତ୍ରୀ ପାଇଁ ଏନସିଓପି(ଆନକପ) ସଂସ୍ଥାରୁ ମିଳିଥିବା ୬ଲକ୍ଷଟଙ୍କା ହଡପ କରାଯାଇଛିକାହିଁକି । ବିଶପଙ୍କ ବାସସ୍ଥଳିରେ ବିଶ୍ୱାସଙ୍କ ପାଇଁ ଉଦ୍ଧିଷ୍ଟ ବିଶ୍ରାମ କକ୍ଷକୁ ହୋଟେଲ କରାଗଲା କାହିଁକି ? ପ୍ରତିଶୋଧ ପରାୟଣ ହୋଇ ବିଶ୍ୱାସୀ ମାନଙ୍କୁ ଭାଗଭାଗ କରି ଓ କିଛି ଉଦ୍ଧିଷ୍ଟ ଲୋକଙ୍କୁ ଲାଂଚ ଦେଇ ବଳପୁର୍ବକ ଯାଜକ ମାନଙ୍କୁ ପରାମର୍ଶ ନକରି ବଦଳି କରାଗଲା କାହିଁକି ।ଯାଜକ କୁଳକାନ୍ତ ଦଣ୍ଡସେନାଙ୍କୁ ନିଲମ୍ବିତ କରି ଗୃହବନ୍ଦୀ କରି ଯୋଏଁ ରଖାଯାଇଛି କାହିଁକି ।ପାଳକୀୟ ପରିଦର୍ଶନ ନକରି କେବଳ ଘର ପ୍ରତିଷ୍ଠା ପାଇଁ ଆସନ୍ତି କାହିଁକି ? ଧର୍ମାଂଚଳକୁ ଆସି ପ୍ୟାରିସରେ ନରହି ହୋଟେଲରେ ରହିଲେ କାହିଁକି/ ଏହିଭଳି ଅନେକ ପ୍ରଶ୍ନ ପଚାରିବା ସହ ତଳେ କନ୍ଧମାଳ କାଥଲିକ ଖ୍ରୀଷ୍ଟିୟାନ ବିଶ୍ୱାସୀ ବୃନ୍ଦ ବୋଲି ଉଲ୍ଲେଖ ଅଛି । ଆଜି ବାଲିଗୁଡାକୁ ଏହି ସଂଗଠନର ସଭାପତି ମୋର୍ଚ୍ଚିନ ପ୍ରଧାନ,ସେକ୍ରେଟେରୀ ଫ୍ରାନସିସ ବାକ୍ସି ,ପ୍ରବକ୍ତା ପ୍ରଫେସର ପ୍ରସନ ବିଷୋୟୀ,ସିର୍ଦ୍ଦାଥ ନାୟକ,ପ୍ରମୋଦ ପ୍ରଧାନ, ମାତେଶ ଦିଗାଳଯୁବନେତା ବେିନୋଦ ନାୟକ,ଜମେସ ନାୟକ,ମାଥେଓ ଦିଗାଳ,ସୁକାନ୍ତ ଦଣ୍ଡସେନା,କ୍ଲେମନ୍ତି ନାୟକ ,ସୁଲଜିନି ପରିଛା ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଏମାନେ କହିନ୍ତି ଯଦୀ ଆମ ପ୍ରଶ୍ନ ଉତର ଓ ଦାବୀକୁ ଯଦୀ ଗ୍ରହଣ କରାନଯାଏ ତେବେ ,ଆଗାମି ଦିନରେ ଆମେ ଆନ୍ଦୋଳନ କରିବୁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ