ଚଳଚିତ୍ର ଅଭିନେତ୍ରୀ ରିଆଙ୍କ ନୃତ୍ୟରେ ଝୁମିଲେ ଦର୍ଶକ;ହୁମ୍ମାରେ ମନୋରମା ଫୁଲ ପଇଣ୍ଟ ପେଟ୍ରୋଲ ପମ୍ପ ଉଦଘାଟିତ

ଗଞ୍ଜାମ,(ଓ୍ବାଇଏନ୍ଏସ୍): ଗଞ୍ଜାମ ବ୍ଲକଅନ୍ତର୍ଗତ ହୁମ୍ମାଠାରେ ବହୁପ୍ରତୀକ୍ଷିତ ଇଣ୍ଡିଆନ ଅଏଲର ମନୋରମା ଫୁଲ ପଏଣ୍ଟ ଫମ୍ପ ଆଜି ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନି ଉତ୍ସବରେ ଚର୍ଚ୍ଚିତ ଚଳଚିତ୍ର ଅଭିନେତ୍ରୀ ରିଆଙ୍କ ନୃତ୍ୟରେ ଦର୍ଶକ ଝୁମିଥିବା ଦେଖାଯାଇଛି । ପ୍ରୋପାଇଟର ଶାନ୍ତୁନ ପଲେଇଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ଚଳଚିତ୍ର ଅଭିନେତ୍ରୀ ରିଆଦେ ଏହି ପମ୍ପର ଶୁଭାରମ୍ଭ କରିବା ସହ ସଡ଼କସୁରକ୍ଷା ଜୀବନ ରକ୍ଷା, ଗଛଟିଏ କି ମଣିଷଟିଏ ଉପରେ ସଚେତନତା କରିବା ସହ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ କର୍ମଚାରୀ ମାନେ ଯେପରି ଜନସାଧାରଣଙ୍କୁ ସହଯୋଗ କରୁଛନ୍ତି , ଜନସାଧାରଣ ସେପରି ଉକ୍ତ କର୍ମଚାରୀଙ୍କୁ ସହଯୋଗ କରିବା ଆବଶ୍ୟକ ବୋଲି କହିଥିଲେ । ଅନ୍ୟତମ ଅତିଥି ରୂପେ ପୁର୍ବତନ ବ୍ଳକ ଅଧ୍ୟକ୍ଷ ସୁରଥ ପ୍ରଧାନ, ସରପଞ୍ଚ ଚନ୍ଦ୍ରମୋହନ ସାହୁ, ଦିଲ୍ଲୀପ ଛୋଟରାୟ, ସନ୍ତୋଷ ରେଡି, ପ୍ରଭାତ ସେଠୀ, ନିରଞ୍ଜନରେଡି , ସମିତି ସଭ୍ୟ ଛାୟାକାନ୍ତ ପ୍ରଧାନ, ଏଆରଟିଓ ଅକ୍ଷୟ ଜେନା, ରମ୍ଭା ଆଇଆଇସି କୃଷ୍ଣଚନ୍ଦ୍ର ସେଠୀ, ଇଣ୍ଡିଆନ ଅଏଲର ବ୍ରହ୍ମପୁର ଯୋନର ସେଲସ ଅଫିସର ଦେବାଶିଷ ନାୟକ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ନେହଲତା ତରାଇ ମାଞ୍ଚାସିନ ଥିଲେ ।  ଅନାଥ କୁମାର ତରାଇ ଧନ୍ୟବାଦ ଅର୍ପଣ କରିଥିଲେ,
ଶେଷରେ ର ରଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚଳଚ୍ଚିତ୍ର ଅଭିନେତ୍ରୀ ରିଆଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ