ଗଜପତିରେ ଜାତୀୟ କର୍କଟ ରୋଗ ସଚେତନତା ଦିବସ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ସୀତାପୁର ଗ୍ରାମ ଠାରେ ଜାତୀୟ କର୍କଟ ରୋଗ ସଚେତନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଗୁରାଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ନୂତନ)ର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀଣୀ ମମତା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ଦିବସ ଉପଲକ୍ଷେ ସଚେତନତା ସଭା ଓ ସଚେତନତା ରାଲି କାର୍ଯ୍ୟକ୍ରମ ହୋଇଥିଲା । ପାରଳାଖେମୁଣ୍ଡିର ଅଗ୍ରଣୀ ମହିଳା ଅନୁଷ୍ଠାନ ‘ପ୍ରଗତି’ର ମିଳିତ ଆନୁକୁଲ୍ୟରେ ଏହି ସଭା ଏବଂ ନଗର ସଚେତନତା ରାଲି ହୋଇଥିଲା । ବେଳହୁଁ ସାବଧାନ ହେଲେ କ୍ୟାନସରରୁ ମୁକ୍ତି ପାଇବା ଏବଂ ଟିକିଏ ଶାରିରୀକ ସମସ୍ୟା ଦେଖିଲେ ପ୍ରତିଟି ମୁହୁର୍ତ୍ତ ନିକଟସ୍ଥ ଚିକିତ୍ସାଳୟର ଡାକ୍ତରଙ୍କ ସହ ଯୋଗାଯୋଗ କରିବା ନିତାନ୍ତ ଜରୁରୀ ବୋଲି ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ମମତା ପାଢୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ‘ପ୍ରଗତି’ର ସମ୍ପାଦିକା ତନୁଜା ଶତପଥି, ଓଡିଶା ସାହିତ୍ୟ ଏକାଡେମୀର ଗଜପତି ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ସମାଜସେବୀ ଭାଗବତ ପାଢୀ, ପ୍ରଗତି ଅନୁଷ୍ଠାର ସଭାପତି ଡି.ପ୍ରିୟଙ୍କା, ଉପସଭାନେତ୍ରୀ ମାନସୀ ପଣ୍ଡା, ଉପଦେଷ୍ଠା ଡି.ମୋହନ ରାଓ, ବିଷ୍ଣୁ ମଣ୍ଡଳ, ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା, ଆଶାକର୍ମୀ ଏନ୍‌.ତ୍ରିବେଣୀ ପ୍ରମୁଖଙ୍କ ସମେତ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ