ଜଳ ଯୋଗାଣରେ ଅନିୟମିତତା ନେଇ ରାସ୍ତା ରୋକ କଲେ ଗ୍ରାମବାସୀ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଆର.ଉଦୟଗିରି ପାଣି ପାଇଁ ରାସ୍ତା ରୋକ, ହାଣ୍ଡି ମାଠିଆ ବାଲ୍ଟି ଧରି ଧାରଣା ଦେଲେ ଉତ୍ୟକ୍ତ ଲୋକେ ! ଆଜିକୁ ପନ୍ଦର ଦିନ ହେଲାଣି ଲୋକଙ୍କୁ ମିଳୁନି ପିଇବା ପାଣି ! ଗ୍ରାମାଞ୍ଚଳ ହେଉ ଅବା ସହରାଞ୍ଚଳରେ ପିଇବା ପାଣି ପହଞ୍ଚାଇବାକୁ ରାଜ୍ୟ ତଥା କେନ୍ଦ୍ର ସରକାର ପକ୍ଷରୁ ଉଦ୍ୟମ ଜାରି ରହିଥିବା ବେଳେ ପ୍ରତେକ ପଞ୍ଚାୟତ ମାନଙ୍କରେ ନଳକୂପ ଖନନ କରି ବଡ଼ ବଡ଼ ପାଣି ଟାଙ୍କି ମାନ ନିର୍ମାଣ କରାଯାଇ ଯେପରି ପ୍ରତେକ ଲୋକ ନିଜ ହାତ ପାହାନ୍ତରେ ପିଇବା ପାଣିର ସୁବିଧା ପାଇ ପାରିବେ ସେଥିଲାଗି ସରକାରଙ୍କ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି ! ହେଲେ ଗଜପତି ଜିଲ୍ଲା ଆର.ଉଦୟଗିରି ସହରରେ ପିଇବା ପାଣି ଅନିୟମିତତା ଯୋଗୁଁ ତେଜିଲେ ସହର ବାସି ! ଦୀର୍ଘଦିନ ଜଳ ଯୋଗାଣ ଦାୟିତ୍ୱରେ ଥିବା କର୍ମଚାରୀ ସଙ୍ଘ ନିଜର ଦରମା ଟଙ୍କା ବୃଦ୍ଧି ଲାଗି ଭୁବନେଶ୍ୱରରେ ଅନଶନ ରତ ଥିବା ଏବଂ ଅନ୍ୟପଟେ ପମ୍ପ ହାଉସରେ ଯାନ୍ତ୍ରିକ ତ୍ରୁଟି ଥିବା ଯୋଗୁଁ ଦୀର୍ଘ 15 ଦିନ ଧରି ସମ୍ପୂର୍ଣ୍ଣ ଆର.ଉଦୟଗିରି ସହରକୁ ଜଳ ଯୋଗାଣ ବନ୍ଦ ରହିଛି ! ସେପଟେ ସହରବାସୀ ଏହାର ପ୍ରତିବାଦରେ ଆଜି ସକାଳ ସମୟ ସାତଟାରୁ ଦିନ 09:30 ଯାଏ ଦୀର୍ଘ ଦୁଇ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଆର.ଉଦୟଗିରି ସହରର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ ! ଏବଂ ଆଜି ସୋମବାର ସାପ୍ତାହିକ ହାଟ ଥିଲେ ମଧ୍ୟ ବ୍ରହ୍ମପୁର ଠାରୁ ପାରଳାଖେମୁଣ୍ଡି ସଂଯୋଗ କରୁଥିବା ଆର.ଉଦୟଗିରିର ମୁଖ୍ୟ ରାସ୍ତାକୁ ବନ୍ଦ କରିଥିଲେ ! ଆନ୍ଦୋଳନ କାରୀଙ୍କ ମୁଖ୍ୟ ମୁଦା ଥିଲା ଯେ ପର୍ଯ୍ୟନ୍ତ ଜଳ ଯୋଗାଣ ଅନିୟମିତତାର ସୁ ବ୍ୟବସ୍ଥା କରାଯାଇନି ସେ ପର୍ଯ୍ୟନ୍ତ ଆନ୍ଦୋଳନ କରିବା ଲାଗି ପଣ କରିଥିଲେ ! ଘଟଣା ସ୍ଥଳରେ ପଞ୍ଚାୟତ ଅଧିକାରୀ କିମ୍ବା ଜଳ ବିଭାଗର ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦେଖା ମିଳିନଥିଲା ! ଯାହା ଫଳରେ ଉତ୍ୟକ୍ତ ଲୋକ ରାସ୍ତାରୁ ହଟି ନଥିଲେ ! ତେବେ ଆଜି ଆର.ଉଦୟଗିରିରେ ସୋମବାର ସାପ୍ତାହିକ ହାଟ ହୋଇଥିବା ହେତୁ ରାସ୍ତା ରୋକ ପ୍ରଭାବ ଯୋଗୁଁ ରାସ୍ତାରେ ସହ ସହ ଛୋଟ ବଡ଼ ଯାନ ଅଟକି ରହିଥିଲା ! ସ୍ଥାନୀୟ ପୋଲିସ ଥାନାର ସବ ଇନିସପେକ୍ଟର ଦୁଇ ଜଣ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀଙ୍କୁ ଆନ୍ଦୋଳନରୁ ଓହରିବା ଲାଗି ବହୁ ବୁଝା ସୁଝା କରିଥିଲେ ମଧ୍ୟ ଲୋକେ ତାଙ୍କ ଜିଦରେ ଅଟଳ ଥିଲେ ! ଶେଷରେ ଆର.ଉଦୟଗିରି ଥାନା ଅଧିକାରୀ ରବିନ୍ଦ୍ର କୁମାର ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀଙ୍କ ସମ୍ମୁଖରେ ଫୋନ ଯୋଗେ ଜଳ ଯୋଗାଣ ଅଧିକାରୀଙ୍କୁ ରାଗ ତମ ତମ ହୋଇ ଅତି ଉଚ୍ଚ ଶବ୍ଦରେ କଥା ହେବା ସହ ଆସନ୍ତା କାଲିଠାରୁ ନିୟମିତ ଜଳ ଯୋଗାଣ ନେଇ ପ୍ରତିଶୃତି ଦେବା ପରେ ଆନ୍ଦୋଳନ କାରୀମାନେ ରାସ୍ତା ରୋକାରୁ ହଟିଥିଲେ ! ଏବଂ ଆନ୍ଦୋଳନ ପ୍ରଭାବରେ ଅଟକି ରହିଥିବା ଯାନ ବାହାନ ଚଳାଚଳ ସ୍ଵଭାବିକ ହେଲା !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ