ଗଜପତିରେ ଭାଜପାର ମିଶ୍ରଣ ପର୍ବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ.ସୀତାପୁର ଗ୍ରାମ ପଞ୍ଚାୟତର ଇପାଗୁଡା ଗ୍ରାମ ଠାରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ବିଜେପି ଜିଲ୍ଲା ଭାଜପା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଉପସ୍ଥିତିରେ ଇପାଗୁଡା ଗ୍ରାମର ବିଭିନ୍ନ ଦଳର ୨୦୦ରୁ ଉର୍ଦ୍ଧ ଲୋକେ ଭାଜପାରେ ଯୋଗଦେଇଥିଲେ । ଦଳରେ ଏମାନେ ଯୋଗ ଦେବାପରେ ବିଧାୟକ ଶ୍ରୀ ରାଓ ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଥିଲେ । ତେବେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଦଳ ତୃଣ ମୂଳ ସ୍ତରରେ ସୁଦୃଢ ହୋଇପାରିବ ବୋଲି ବିଧାୟକ ଓ ଜିଲ୍ଲା ଭାଜପା ନେତୃତ୍ୱ ବ୍ୟକ୍ତ କରିଛନ୍ତି । ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ କାଶୀନଗର ବ୍ଲକ ଅଧ୍ୟକ୍ଷ ସି.ଏଚ୍‌. ସିମାଦ୍ରୀ, କେ.ସୀତାପୁର ସରପଞ୍ଚ ୟୁରାନୀ ଶବର, ସମିତି ସଭ୍ୟ ଡି.ରାଜେଶ କୁମାର, ଯୁବ ଭାଜପା ନେତା ଡି.ହରିଶ, ବରିଷ୍ଠ ଭାଜପା ନେତା ଡି.ରବିନାଇଡୁ, ନୃସିଂହ ଚରଣ ପଟ୍ଟନାୟକ, ଟି.ବସନ୍ତ କୁମାର ପ୍ରମୁଖଙ୍କ ସହ ବହୁ ଭାଜପା ନେତା ଓ କର୍ମୀମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ