ଗଜପତି ଜିଲ୍ଲା ଭାଜପା ପକ୍ଷରୁ ୪୧ତମ ପ୍ରତିଷ୍ଠା ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଭାଜପା ପକ୍ଷରୁ ଭାଜପାର ୪୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏନେଇ ଆଜି ପାରଳାଖେମୁଣ୍ଡି ସହରର ଏର୍ଦଲା ସାହି ଠାରେ ଥିବା ଜିଲ୍ଲା ଭାଜପା କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ନେତା ଓ କର୍ମୀମାନେ ଯୋଗ ଦେଇ ସ୍ୱର୍ଗତ ଶ୍ୟାମା ପ୍ରସାଦ ମୁଖାର୍ଜୀ, ଦୀନଦୟାଲ ଉପାଧ୍ୟାୟ, ଅଟଳବିହାରୀ ବାଜପେୟୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରିବା ସହ ରାଷ୍ଟ୍ର ନିର୍ମାଣ ପାଇଁ କରିଥିବା ସଂଗ୍ରାମ ବିଷୟରେ ଆଲୋଚନା ହୋଇଥିଲା । ଏହା ସହ ଦଳର ବୟୋଜ୍ୟେଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ଦଳ ଗଠନ କରିବାର ଭୂମିକା ସମ୍ପର୍କରେ ମନେ ପକାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ ନୃସିଂହ ଚରଣ ପଟ୍ଟନାୟକ, କାଶୀନଗର ବ୍ଲକ ଅଧ୍ୟକ୍ଷ ସି.ଏଚ୍‌.ସିମାଦ୍ରୀ, ବରିଷ୍ଠ ଭାଜପା ନେତା ଏମ୍‌.ଗୋପାଳ ରାଓ, ୱାର୍ଦ୍ଧାରାଜୁ, ପି.ଲତା, ଜମିଦାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ