ଗଣେଶ ପୂଜାରେ ହେଲା ଖଡ଼ିଛୁଆଁ
ନିମାପଡ଼ା,(ସନ୍ତୋଷ ଦାଶ):ହିନ୍ଦୁ ମାନଙ୍କର ଏକ ପ୍ରମୁଖ ପୂଜା ହେଉଛି ଗଣେଶ ପୂଜା। ଏହାକୁ ସମସ୍ତ ହିନ୍ଦୁ ବେଶ୍ ଆନନ୍ଦ ଉଲ୍ଲାସ ର ସହ ପାଳନ କରିଥାନ୍ତି। ଗଣେଶ ପୂଜା ରେ ଆଉ ଏକ ନିଆରା ପରମ୍ପରା ପୁରୀ ଜିଲ୍ଲା ଗ୍ରାମାଞ୍ଚଳ ରେ ଦେଖିବାକୁ ମିଳେ। ଓଡ଼ିଆ ମାନେ ଗଣେଶ ଚତୁର୍ଥୀ (ଗଣେଶ ପୂଜା) ଓ ଶ୍ରୀ ପଞ୍ଚମୀ (ସରସ୍ଵତୀ ପୂଜା) ଦିନ କୁନି କୁନି ପିଲା ଙ୍କ ର ବିଦ୍ୟାରମ୍ଭ କରିଥାନ୍ତି। ଏହି ବିଦ୍ୟାରମ୍ଭ କାର୍ଯ୍ୟକ୍ରମକୁ ଖଡ଼ିଛୁଆଁ ବୋଲି କୁହାଯାଇ ଆସୁଛି। ଏହି ଦିନ ମଣ୍ଡପ ରେ ଶ୍ରୀ ଗଣେଶଙ୍କ ପୂଜା ପରେ ନୂଆ ସିଲଟ ରେ କୁନି ପିଲା ର ହାତ ରେ ପୂଜକ ଖଡ଼ି ଧରାଇ ତିନୋଟି ଶୁନ ଲେଖାଯାଇଥାଏ ଓ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଉଚ୍ଚାରଣ କରିଥାନ୍ତି।ଏହା ପର ଠାରୁ କୁନି ପିଲାଟିର ପାଠପଢା ଆରମ୍ଭ ହୋଇଥାଏ। ଏହି ପରମ୍ପରା ଏବେ ବି ପୁରୀ ଜିଲ୍ଲା ଗ୍ରାମାଞ୍ଚଳ ରେ ବଞ୍ଚିରହିଛି। ଶନିବାର ବିଭିନ୍ନ ପୂଜା ମଣ୍ଡପ ରେ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।