ଗୁମ୍ମାରେ ପଞ୍ଚାୟତ ସମିତି ବୈଠକ ଉନ୍ନୟନ ମୂଳକ କାର୍ଯ୍ୟ ଓ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ପଞ୍ଚାୟତ ସମିତି ସଦଭାବନା ସଭାଗୃହରେ ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଡ଼ିଓ ଶରତ କୁମାର ପାତ୍ର, ଜିଲ୍ଲା ପରିଷଦ ସଭ୍ୟା ରେଣୁକା ପାତ୍ର/ସନ୍ଧ୍ୟା ଶବର,ଉପାଧ୍ୟକ୍ଷ ଶ୍ରୀନିବାସ ରାଓ,ଏବିଡ଼ିଓ ବିପ୍ର ଚରଣ ପ୍ରଧାନ,ଏଇଇ ବିଭୁ ଚରଣ ପୂଜାରୀ,ସାଂସଦ ଓ ବିଧାୟକ ପ୍ରତିନିଧି ଯୋଗ ଦେଇଥିଲେ।ପ୍ରଥମେ ଏବିଡ଼ିଓ ପୂର୍ବ ବୈଠକର ବିବରଣି ପାଠ କରି ଶୁଣାଇଥିଲେ। ଏଥିସହ ସ୍ଵଚ୍ଛ ଭାରତ,ପାନୀୟ ଜଳ ଯୋଗାଣ, ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା,ସାମାଜିକ ସୁରକ୍ଷା,ମହିଳା ଓ ଶିଶୁ ବିକାଶ, ମନରେଗା ଯୋଜନା,ପଞ୍ଚଦଶ ଅର୍ଥ କମିଶନ ଓ ପଞ୍ଚଦଶ ଅର୍ଥ କମିଶନ, ଓଡ଼ିଶା ଜୀବିକା ମିଶନ ଜଯୋନା,ଖାଦ୍ୟ ସୁରକ୍ଷା,ସ୍ୱାସ୍ଥ୍ୟ,ଶିକ୍ଷା,କୃଷୀ,ଗ୍ରାମୀୟ ଉନ୍ନୟନ, ପୂର୍ତ୍ତ ବିଭାଗ,କୃଷି ଉଦ୍ୟାନ ଯୋଜନା,ପଶୁ ସମ୍ପଦ,ଶିଶୁ ସୁରକ୍ଷା,ଉନ୍ନୟନ କାର୍ଯ୍ୟ ଓ ଜନସାଧାରଣଙ୍କ ଅଭିଯୋଗ ଭଳି ଅନ୍ୟାନ୍ୟ ସମସ୍ତ ବିସୟରେ ପୁଙ୍ଖାନୁ ପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା।ଅଧକ୍ଷା ଶ୍ରୀ ମଣ୍ଡଳ ସ୍ୱାସ୍ଥ୍ୟ ସେବାରେ ବହୁ ଅବହେଳିତ ହେଉଥିବା ଏହାର ସମାଧାନ ନକଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।ସାଧାରଣ ଲୋକଙ୍କ ଟଙ୍କାରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀ ମାନେ ଅବହେଳିତ ଭାବେ କାର୍ଯ୍ୟ କରୁଥିବା ଯୋଗୁଁ ବହୁ ଉନ୍ନୟନ ପ୍ରକଳ୍ପ ପଛରେ ପଡ଼ିଛି ପଡ଼ିଥିବା ଯୋଗୁଁ ଗୃହରେ ହଟ୍ଟଗୋଳ ହୋଇଥିଲା। ଅନେକ ଗ୍ରାମ ମାନଙ୍କରେ ପାନୀୟ ଜଳ ସମସ୍ୟା ସମ୍ପର୍କରେ ନବନିର୍ବାଚିତ ଜିବା, ଝାମି,ଗୁମ୍ମା,ଉଖୁରା ଓ ପରିଡ଼ା ପ୍ରତିନିଧିମାନେ ଗୃହରେ ଅଭିଯୋଗ କରିଥିଲେ। ଏହି ବୈଠକରେ ୨୦ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ,ଗ୍ରାମ ସେବକ ଏବଂ ସମସ୍ତ ଲାଇନ ଡିପାର୍ମେଣ୍ଟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ