ଗୁରୁଦିବସରେ ଦେଶର ୪୪ ଶିକ୍ଷକ ପାଇବେ ନ୍ୟାସନାଲ ଆୱାଡ୍, ଓଡ଼ିଶାରୁ ଦୁଇ

ନୂଆଦିଲ୍ଲୀ : ଦେଶର ୪୪ ଜଣ ଶିକ୍ଷକ ପାଇବେ ଚଳିତ ବର୍ଷ ନ୍ୟାସନାଲ ଆୱାଡ୍ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି । ସେଥି ମଧ୍ୟରୁ ଓଡ଼ିଶାର ଦୁଇ ଶିକ୍ଷକ ଚୟନ ହୋଇଛନ୍ତି, ସେମାନେ ହେଲେ ଭଦ୍ରକ ଜିଲ୍ଲା ସରକାରୀ ସ୍କୁଲର ଶିକ୍ଷକ ଅଶୋକ କୁମାର ଶତପଥୀ ଓ ଗଂଜାମ ଛତ୍ରପୁର କାନମନା ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ୍‌ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ କୁମାର ସେଠି। ପୁରସ୍କାର ବାବଦରେ ଶିକ୍ଷକମାନଙ୍କୁ ମେଡାଲ୍‌, ସାର୍ଟିଫିକେଟ୍‌ ସହିତ ୨୫ ହଜାର ଟଙ୍କାର ନଗଦ ଅର୍ଥରାଶି ପ୍ରଦାନ କରାଯିବ। ଆସନ୍ତା ସେପ୍ଟେମ୍ବର ୫ ତାରିଖ ‘ଗୁରୁ ଦିବସ’ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଶିକ୍ଷକମାନଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର -୨୦୨୧ରେ ସମ୍ମାନିତ କରିବେ। ଚଳିତ ବର୍ଷ ଓଡ଼ିଶା, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡ଼ୁ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ଆସାମ, ସିକିମ, ବିହାର, ଗୁଜରାଟ ଓ ରାଜସ୍ଥାନରୁ ଦୁଇ ଜଣ ଲେଖାଏଁ ଶିକ୍ଷକ ପୁରସ୍କାର ପାଇବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ